ଆସନ୍ତାକାଲିଠୁ ଇଣ୍ଡୋନେସିଆ ବାଲିରେ ୧୭ତମ G20 ଶିଖର ସମ୍ମିଳନୀ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍: ଆସନ୍ତାକାଲିଠୁ ଇଣ୍ଡୋନେସିଆ ବାଲିରେ ୧୭ତମ G20 ଶିଖର ସମ୍ମିଳନୀ । ଦୁଇ ଦିନ ଧରି ଚାଲିବ । ଏଥିରେ ଯୋଗ ଦେବାକୁ ଆଜି ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ, ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜର୍ମାନ ଚାନସେଲର ଓଲାଫ ସ୍କୋଲଜ ପ୍ରମୁଖ ଯୋଗ ଦେବେ ।

ବିଶ୍ୱର ଦୁଇ ତୃତୀୟାଂଶ ଜନସଂଖ୍ୟା ଏବଂ ୮୫ ପ୍ରତିଶତ ଜିଡିପିର ପ୍ରତିନିଧିତ୍ୱ କରୁଛି G20 ମଞ୍ଚ । ଏହି ସମ୍ମିଳନୀର ୩ଟି ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନର୍ଜୀ ସିକ୍ୟୁରିଟି, ଡିଜିଟାଲ ଟ୍ରାନ୍‌ସଫର୍ମେସନ ଓ ସ୍ୱାସ୍ଥ୍ୟ ସଂପର୍କିକ ଅଧିବେଶନକୁ ସମ୍ବୋଧିତ କରିବେ । ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧ ଓ ଏହାର ପ୍ରଭାବ ଓ ସାଂପ୍ରତିକ ଅନ୍ତର୍ଜାତୀୟ ଆହ୍ଵାନ ଉପରେ ଫୋକସ୍‌ କରିବେ ମୋଦି ।

ଜି-୨୦ ସମ୍ମିଳନୀ ଅବସରରେ ଏକାଧିକ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଦ୍ୱିପାକ୍ଷିକ ସଂପର୍କର ମୂଳ ପ୍ରସଙ୍ଗ ଉପରେ ଆଲୋଚନା ହେବ । ସେହିପରି ଆସନ୍ତାକାଲି ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ବାଲିରେ ପ୍ରାୟ ୪୫ ଘଣ୍ଟା ରହିବେ ମୋଦି। ଏଠାରେ ପାଖାପାଖି ୨୦ଟି କାର୍ଯ୍ୟକ୍ରମରେ ଯୋଗ ଦେବେ।

Leave A Reply

Your email address will not be published.