ଦିଲ୍ଲୀ(କେନ୍ୟୁଜ୍): ପାର୍ଲାମେଣ୍ଟ ଆକ୍ରମଣ ଘଟଣାକୁ ପୁରିଲା ୧୭ବର୍ଷ । ୨୦୦୧ ଡିସେମ୍ବର ୧୩ରେ ହୋଇଥିବା ଆକ୍ରମଣରେ ୯ଜଣ ସହିଦ୍ ହୋଇଥିଲେ । ପାଲଟା ଆକ୍ରମଣରେ ୫ଜଣ ଆତଙ୍କବାଦୀ ଭିତରେ ପଶି ୪୫ ମିନିଟ୍ ଧରି ଗୁଳି ବର୍ଷା କରିଥିଲେ। ଏହି ଘଟଣା ପୁରା ଭାରତକୁ ସ୍ତବ୍ଧ କରିଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ବିଜେପି ବରିଷ୍ଟ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବରିଷ୍ଠ ନେତାମାନେ ସଂସଦ ଭବନ ପରିସରରେ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।