ଦେଶ ବିଦେଶ

ବେଙ୍ଗାଲୁରୁ ଡିପୋରେ ଭୟାବହ ଅଗ୍ନିକାଣ୍ଡ, ୧୮ଟି ବସ୍‌ ଜଳି ପାଉଁଶ

ବେଙ୍ଗାଲୁରୁର ବୀରଭଦ୍ର ନଗରସ୍ଥିତ ଏକ ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୮ଟି ବସ୍‌ ଜଳି ପାଉଁଶ ହୋଇଯାଇଛି। ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗ୍ୟାରେଜ୍‌ରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟତ୍ର ବ୍ୟାପି ଯାଇଥିବା ଅନୁମାନ କରାଯାଉଛି। ପାଖରେ ଥିବା ବସ୍‌ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସି ହୁତୁ ହୁତୁ ହୋଇ ଜଳି ଉଠିଥିଲା।

ପ୍ରଥମେ ଗୋଟିଏ ବସ୍‌ ଏବଂ ପରେ ଅନ୍ୟ ବସ୍‌ଗୁଡ଼ିକୁ ନିଆଁ କାବୁ କରିନେଇଥିଲା। ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବସ୍‌ଷ୍ଟାଣ୍ଡରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବାର ଖବର ନାହିଁ।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି। ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ଗାଡ଼ି ଉପସ୍ଥିତ ଅଛି। ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ୧୮ଟି ବସ୍‌ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ଏଠାରେ ଅନେକଗୁଡ଼ିଏ ଜ୍ୱଳନଶୀଳ ସାମଗ୍ରୀ ଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କିନ୍ତୁ ଶର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏଠାରେ ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିଲା। ସଚେତନତା ଅଭାବରୁ ଏହି ଘଟଣା ଘଟିଛି।

Roshni

Recent Posts

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

9 seconds ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

44 mins ago

ଆପଣଙ୍କୁ ମନୋଜଙ୍କ ନିବେଦନ, ଚିକିତ୍ସାରେ ତାଙ୍କୁ ସାହାଯ୍ୟ କରି ତାଙ୍କ ଜୀବନ ବଞ୍ଚାନ୍ତୁ

କଟକ (କେନ୍ୟୁଜ) : ବାପାର ମୁଣ୍ଡ ପାଖରେ ବସି ମଥାକୁ ଆଉଁସି ଦେଉଛି ଝିଅ । ଆଖିରୁ ବହିଯାଉଛି ଧାର…

2 hours ago

ଚଳନ୍ତା ଟ୍ରେନରୁ ଫୋନକୁ ଝାମ୍ପିନେଲା ଚୋର, ଅନାଇ ରହିଗଲେ ଯାତ୍ରୀ କିଛି କରିପାରିଲେନି

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ଅନେକ ଥର ବିଭିନ୍ନ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । କେତେବେଳେ ଜିନିଷ ପତ୍ର…

2 hours ago

ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ, ଦେଢ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

ଉତ୍ତର ପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ । ୨୦୧୪ ଓ ୨୦୧୯ରେ ମୋଦି ଏହି ଆସନରୁ ଏକତରଫା…

2 hours ago

ପିଚରେ ଧୂଆଁଧାର ବ୍ୟାଟିଂ କରୁଥିଲେ, ହେଲେ ଅଚାନକ ତଳେ ପଡିଗଲେ କ୍ରିକେଟର

ପିଚରେ ଧମାକେଦାର ବ୍ୟାଟିଂ କରୁଥିଲେ । ଛକା ଚଉକା ମାରୁଥିଲେ । ହେଲେ ଗୋଟେ ଛକା ମାରିବା ପରେ ଟଳିପଡିଲେ…

2 hours ago