ଶବଦାହ କରିବାକୁ ଶ୍ମଶାନ ଯିବାବେଳେ ଦୁର୍ଘଟଣା: ଟ୍ରକୁ ପଛରୁ ପିଟିଲା ମିନି ଭ୍ୟାନ୍‌, ୧୮ମୃତ

କୋଲକତା: ଶବଦାହ କରିବାକୁ ଯାଇ ନିଜେ ପାଲଟିଗଲେ ଶବ । ମୃତଦେହ ଧରି ଶ୍ମଶାନ ଯିବାବେଳେ ଘଟିଲା ଦୁର୍ଘଟଣା । ଟ୍ରକୁ ପଛରୁ ପିଟିଲା ମିନି ଭ୍ୟାନ୍‌ । ଘଟଣାସ୍ଥଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣ ଗୁରୁତର ହୋଇଛନ୍ତି । ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ସୂଚନା ଅନୁସାରେ ରାସ୍ତକଡରେ ଠିଆ ହୋଇଥିବା ଏକ ଟ୍ରକକୁ ପଛ ପଟୁ ମୃତଦେହ ନେଇ ଆସୁଥିବା ଏକ ମିନି ଭ୍ୟାନ୍‌ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସ୍ଥାନୀୟ ହସ୍ପିଟାଲରେ ସମସ୍ତଙ୍କ ଚିକିତ୍ସା ଚାଲିଛି ।

୨୪ ପ୍ରଗଣାର ବାଗଦାରୁ ମୃତଦେହ ନେଇ ଆସୁଥିବା ଭ୍ୟାନରେ ୨୦ ଜଣ ଲୋକ ଥିଲେ । ଘନ କୁହୁଡି ଏବଂ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ନଦିଆ ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.