ଗାଁ ସରପଞ୍ଚଙ୍କ ବର୍ବରତା; ୧୮ ବୁଲା କୁକୁରଙ୍କୁ ବିଷ ଦେଇ ମାରିବାକୁ ଦେଲେ ନିର୍ଦ୍ଦେଶ…ହତ୍ୟାକାରୀ ବିରୋଧରେ ମାମଲା ରୁଜୁ

ଆନ୍ଧ୍ର ପ୍ରଦେଶର ଏଲୁରୁ ଜିଲ୍ଲାରେ ଶନିବାର ୧୮ ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦିଆଯାଇଛି। ଆନ୍ଧ୍ର ପ୍ରଦେଶ ପୋଲିସ ପଶୁ କ୍ରୁରତା ନିବାରଣ ଅଧିନିୟମ ଅଧୀନରେ କେ ବୀରବାବୁ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ବୀରବାବୁ ପୋଲିସକୁ କହିଛନ୍ତି ଯେ ଚେବ୍‌ରୋଲେ ଗାଁର ସରପଞ୍ଚ ଓ ସଚିବ ତାଙ୍କୁ ଘାତକ ଇଞ୍ଜେକ୍ସନ ଦେଇ ବୁଲା କୁକୁରମାନଙ୍କୁ ମାରି ଦେବାକୁ ଆଦେଶ ଦେଇଥିଲେ।

ମାମଲା ବିଷୟରେ ଜଣାପଡ଼ିବା ପରେ ପଶୁ ଅଧିକାର ଗୋଷ୍ଠୀ ସମୂହ ସମ୍ପୃକ୍ତ ସରପଞ୍ଚ ଓ ସଚିବଙ୍କ ବିରୋଧରେ ଯଥାଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠାଇଛନ୍ତି। କହି ରଖୁଛୁ କି, ଚଳିତ ବର୍ଷ ତେଲେଙ୍ଗାନାର ସିଦ୍ଦିପେଟ ଜିଲ୍ଲାରେ ୧୦୦ରୁ ଅଧିକ କୁକୁରଙ୍କୁ ହତ୍ୟା କରାଯାଇଥିଲା। ବିରାଟ ଗର୍ତ୍ତ ଭିତରେ ପଡ଼ିଥିବା ମୃତ କୁକୁରମାନଙ୍କ ଭିଡିଓ ସେତେବେଳେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

ଏହାପରେ ଏହି ମାମଲାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ପୁଣିଥରେ ଆନ୍ଧ୍ର ପ୍ରଦେଶରୁ ଏମିତି ମାମଲା ଆସିବା ପରେ ବିବାଦୀୟ ପରିସ୍ଥିତି ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.