ଦୀପାବଳି ପୂର୍ବରୁ ଝଲସୁଛି ରାମ ଜନ୍ମଭୂମ: ଲଗାଯିବ ୧୮ ଲକ୍ଷ ମାଟିଦୀପ

କେନ୍ୟୁଜ୍(ବ୍ୟୁରୋ): ଦୀପାବଳି ପୂର୍ବରୁ ଝଲସୁଛି ରାମ ଜନ୍ମଭୂମି । ରଂଗୀନ ଆଲୋକରେ ଉଦ୍ଭାସିତ ହୋଇଛି ଉତ୍ତର ପ୍ରଦେଶର ଅଯୋଧ୍ୟା । ଶ୍ରୀରାମଙ୍କ ଭଜନରେ ରାମମୟ ହୋଇଛି ନଗରୀ । ଦୀପତ୍ସୋବ ପାଇଁ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାମ କି ପୌଦିରେ ପହଞ୍ଚିବାରେ ଲାଗିଛି ଦୀପ। ଆଜି ୧୮ ଲକ୍ଷ ଦୀପରେ ଝଲସିବ ରାମ କି ପୌଦି ।
କେବଳ ସରଜୁ ଘାଟରେ ଲାଗିବ ୧୫ ଲକ୍ଷ ଦୀପ । ଏହା ସହ ୨୨ ହଜାର ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଂସ୍କୃତିକ ଦଳ ରାମଲୀଲା ପରିବେଷଣ କରିବେ । ସରଜୁ ଆଳତିରେ ପ୍ରଧାନମନ୍ତ୍ରୀ ସାମିଲ ହେବେ । ସଂଧ୍ୟା ୬ଟା ୩୦ରେ ଅନୁଷ୍ଠିତ ହେବ ଦୀପତ୍ସୋବ ।