ଅଦ୍ଭୁତ ଘଟଣା: ଟଙ୍କା ପଇସା କି ଗହଣା ନୁହେଁ, ଭଡାରେ କ୍ରେନ୍ ଆଣି ଚୋର ଲୁଟି ନେଇଗଲା ପୋଲ

ଆମେରିକା: ଦୁନିଆରେ ଆପଣ ବିଭିନ୍ନ ପ୍ରକାରର ଚୋରି ବିଷୟରେ ନିଶ୍ଚିତ ଶୁଣିଥିବେ କିମ୍ବା ଜାଣିଥିବେ। ଚୋର କାହା ଘରକୁ ଚୋରି କରିବାକୁ ଆସି ଟଙ୍କା, ପଇସା ଗହଣା ଇତ୍ୟାଦି ଚୋରି କରିନେଇଯାଏ। କିନ୍ତୁ ଏହି ଚୋରି ବିଷୟରେ ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ। ଯେଉଁଠି ଚୋର ଚୋରି କରିବାକୁ ଆସି ଟଙ୍କା ପଇସା ନୁହେଁ ବରଂ ପୋଲ ଚୋରି ନେଇଛି। ଏହି ଘଟଣାରେ ଚୋରକୁ ଗିରଫ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
ଘଟଣା ମୁତାବକ, ଆମେରିକାର ଓହିୟୋ ସହରରେ ୧୮ ମିଟର ଲମ୍ବା ଫୁଟ୍ ଓଭର ବ୍ରିଜ ଚୋରି ହୋଇଯାଇଥିଲା। ଏହି ଘଟଣାରେ ତଦନ୍ତ କରି ପୋଲିସ ପୋଲକୁ ପାଇଥିଲା। ଏହି ମାମଲାରେ ପୋଲିସ ଜଣକୁ ମଧ୍ୟ ଗିରଫ କରିଛି। ଏକ୍ରୋନ ପୋଲ ୨୦୦୩ରେ ଏଠାରେ ଥିବା ଏକ ସ୍ଥାନୀୟ ନଦୀକୁ ପାର କରିବା ପାଇଁ ତିଆରି କରାଯାଇଥିଲା। ଏହାକୁ େଓ୍ଵଟଲ୍ୟାଣ୍ଡ ବହାଲୀ ପରିଯୋଜନାର ଅଂଶ ଭାବେ ପ୍ରସ୍ତୁତ କରାଯାଇଥିଲା। ଏହାକୁ ପାର୍କର ସଂପତ୍ତି ଭାବେ ଛାଡିଦିଆଯାଇଥିଲା।
ପୋଲିସ ତଦନ୍ତ ମୁତାବକ, ଏହି ପୋଲର ୩ ମିଟର ଚଉଡା ଏବଂ ୨ ମିଟର ଉଚ୍ଚତାରେ ନିର୍ମିତ ହୋହଇଥିବା ଡେକ୍ ବୋର୍ଡକୁ କିଏ ହଟାଇ ଦେଇଛି। କିଛି ଦିନ ପରେ ପୁଣି ଶୁଣିବାକୁ ମିଳିଲା କି, ଏହି ପୋଲରେ ମେଟାଲରେ ତିଆରି ହୋଇଥିବା ଫ୍ରେମକୁ ମଧ୍ୟ କିଏ ଚୋରି କରି ନେଇଛି। ପୋଲିସ ଏବଂ ଅଦାଲତଙ୍କ ରେକର୍ଡ ଅନୁସାରେ, ଏହି ପୋଲର ଚୋରି ୬୩ ବର୍ଷୀୟ ବୟସ୍କଙ୍କ ଉପରେ ଲାଗିଥିଲା। ଆଉ ବ୍ୟକ୍ତି ଜଣକ ପୋଲ ଚୋରି କରିବା ପାଇଁ କ୍ରେନର ସହାୟତା ନେଇଥିଲେ। ଆଉ ଏଥିପାଇଁ ଏକ ଟ୍ରାକିଂ କମ୍ପାନୀକୁ ମଧ୍ୟ ପଇସା ଦେଇଥିଲେ। ଏହା ପରେ ସେହି ପୋଲକୁ କ୍ରେନ ସାହାଯ୍ୟରେ ନେଇ ମଦିନା କାଉଣ୍ଟି ନେଇଯାଇଥିଲା ଚୋର।
କିନ୍ତୁ ଚୋର କ’ଣ ପାଇଁ ବ୍ରିଜ ଚୋରି କରିନେଇଥିଲା, ତାହାର ପ୍ରକୃତ କାରଣ ଏଯାଏଁ ଜଣାପଡିନାହିଁ। ଆଉ ଏହି ପୋଲ ଚୋରି ଗତ ନଭେମ୍ବରରେ ହୋଇଥିଲା।