ସରକାର ନୂଆ, ଦାୟିତ୍ବ ପୁରୁଣା : ଏହି ୧୮ ମନ୍ତ୍ରୀଙ୍କର ବଦଳିନାହିଁ ମନ୍ତ୍ରାଳୟ

ପ୍ରଧାନମନ୍ତ୍ରୀ ଭାବରେ ଦ୍ବିତୀୟ ଥର ପାଇଁ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତକାଲି ଆରମ୍ଭ ହୋଇଛି ମୋଦି ସରକାରଙ୍କ ଦ୍ବିତୀୟ ଇନିଂସ। ମୋଦିଙ୍କ ସହିତ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ, ୯ ଜଣ ସ୍ବାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।

ତେବେ ୫୭ ମନ୍ତ୍ରୀଙ୍କ କ୍ୟାବିନେଟରେ ୧୮ ଜଣ ମନ୍ତ୍ରୀ ଏମିତି ଅଛନ୍ତି ଯିଏ ନୂଆ ସରକାରରେ କରିବେ ପୁରୁଣା କାମ । କିଛି ମନ୍ତ୍ରୀଙ୍କ ନିକଟରେ ଅନେକ ମନ୍ତ୍ରାଳୟର ଦାୟିତ୍ବ ଅଛି କିନ୍ତୁ ସେମାନଙ୍କ ନିକଟରେ ସେ ମନ୍ତ୍ରାଳୟ ବି ରହିଛି ଯେଉଁଥିରେ ସେମାନେ ଗତ କାର୍ଯ୍ୟକାଳରେ କାମ କରୁଥିଲେ ।

ନୀତୀନ ଗଡ଼କରୀ – ସଡ଼କ ପରିବହନ, ରାଜପଥ, MSM ମନ୍ତ୍ରୀ

ସଦାନନ୍ଦ ଗୌଡ଼ା – ସାର ଓ ରସାୟନ ମନ୍ତ୍ରୀ

ରାମବିଳାସ ପାଶ୍ୱାନ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ନରେନ୍ଦ୍ର ସିଂ ତୋମାର – କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ

ରବି ଶଙ୍କର ପ୍ରସାଦ- ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ

ହରସିମିରତ କୌର ବାଦଲ- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ

ଥାୱରଚନ୍ଦ ଗେହଲଟ – ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ ମନ୍ତ୍ରୀ

ଡ. ହର୍ଷବର୍ଦ୍ଧନ -ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ

ପ୍ରକାଶ ଜାଭଦେକର : ଜଙ୍ଗଲ ପରିବେଶ, ସୂଚନା ପ୍ରସାରଣ ମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ : ପେଟ୍ରୋଲିୟମ, ଇସ୍ପାତ ମନ୍ତ୍ରୀ

ପୀୟୂଷ ଗୋଏଲ : ରେଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ

ମୁକ୍ତାର ଆବାସ ନକଭି : ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ : (ସ୍ବାଧୀନ)

ଶ୍ରୀପଦ ନାଏକ : ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି ମନ୍ତ୍ରୀ

ଜିତେନ୍ଦ୍ର ସିଂହ : PMO, ଉତ୍ତରପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି ମନ୍ତ୍ରୀ

ହରଦୀପ ସିଂ ପୁରୀ : ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ :

ଅଶ୍ୱିନୀ କୁମାର ଚୌବେ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ରାମଦାସ ଅଠାୱାଲେ : ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.