ଟେକ୍ସାସରେ ଛାତିଥରା ଘଟଣା: ସ୍କୁଲ୍ ଭିତରେ ପଶି ୧୮ ବର୍ଷୀୟ ଯୁବକର ଆଖି ବୁଜା ଗୁଳିମାଡ, ୧୮ ଛାତ୍ରଛାତ୍ରୀ ମୃତ

ଟେକ୍ସାସ: ଆମେରିକାରେ ଟେକ୍ସାସରେ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ଗୁଳିମାଡରେ ୧୮ ଜଣ ଛାତ୍ରଛାତ୍ରୀ ମୃତ । ଜଣେ ୧୮ ବର୍ଷୀୟ ଯୁବକ ଟେକ୍ସାସର ରୋବ ଆଲିମେଣ୍ଟରୀ ସ୍କୁଲରେ ପଶି ଆଖି ବୁଜାଗୁଳି ମାଡ କରିଛି । ଏଥିରେ ୧୮ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଅଭିଯୁକ୍ତର ମୃତ୍ୟୁ ହୋଇଛି । ମୃତକ ଛାତ୍ରଛାତ୍ରୀଙ୍କ ବୟସ ୭ରୁ ୧୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି ।

ଏହି ଘଟଣା ପୂରା ଆମେରିକାକୁ ଦୋହଲାଇ ଦେଇଛି । ଆମେରିକାରେ ବନ୍ଧୁକ କିଣିବା ଉପରେ କଟକଣା ନାହିଁ । ଯେକୈଣସି ବ୍ୟକ୍ତି ବି ଦୋକାନକୁ ଯାଇ ବନ୍ଧୁକ କିଣିପାରିବେ । ଘଟଣା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବନ୍ଧୁକ ରଖିବା ଉପରେ ଗୁୁରୁତ୍ୱ ଦେଇଛନ୍ତି । କ୍ୱାଡ ସମ୍ମିଳନୀରୁ ଫେରିବା ପରେ ଦୁଃଖଦ ଘଟଣାକୁ ସେ ବର୍ଣ୍ଣନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.