ନ୍ୟୁୟର୍କରେ ଭୟାବହ ଅଗ୍ନିକାଣ୍ଡ: ୯ ନୀରିହ ଶିଶୁଙ୍କ ସମେତ ୧୦ ମୃତ, ୩୨ରୁ ଊର୍ଦ୍ଧ୍ୱ ଗୁରୁତର

ନ୍ୟୁୟର୍କର ବ୍ରୋନକ୍ସ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡରେ ୧୯ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୯ ନୀରିହ ଶିଶୁ ଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ଡାକ୍ତରଖାନାରେ ଅତି କମରେ ୩୨ଜଣଙ୍କୁ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ସୂଚନାଯୋଗ୍ୟ, ଆପାର୍ଟମେଣ୍ଟରେ ନିଆଁ ଦ୍ୱିତୀୟ ଏବଂ ତୃତୀୟ ମହଲାରେ ଲାଗିଥିଲା।

ସୂଚନା ଥାଉକି, ପ୍ରାରମ୍ଭିକ ତଦନ୍ତରୁ ନିଆଁ ଲାଗିଥିବା କାରଣ ଇଲେକ୍ଟ୍ରିକ ହିଟର ବୋଲି କୁହାଯାଉଛି। ହିଟରରେ କିଛି ଖରାପ ଥିବା ଯୋଗୁଁ ପ୍ରଥମେ ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା। ତା’ ପରେ ଦ୍ୱିତୀୟ ମହଲାକୁ ନିଆଁ ବ୍ୟାପିଥିଲା।। ରବିବାର ସକାଳ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି। ଘଟଣା ସ୍ଥଳରେ ଅତିକମ୍‌ରେ ୨୦୦ ଅଗ୍ନିଶମ ଅଧିକାରୀ ଉଦ୍ଧାର ପାଇଁ ପହଞ୍ଚିଥିଲେ। ଖବର ପାଇଁ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଏବେ ଯେଉଁ ଲୋକଙ୍କୁ ଆପାର୍ଟମେଣ୍ଟରୁ ସଫଳ ଭାବେ ଉଦ୍ଧାର କରାଯାଇଛି, ସେମାନେ ସେଠିକାର ସ୍ଥିତି ବଖାଣିଛନ୍ତି। ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ଫାୟାର ଆଲାର୍ମ ବାଜିଥିଲା। କିନ୍ତୁ ସେ ଏହାକୁ ମିଛ ବୋଲି କହି ରୁମ୍‌ରେ ରହିଥିଲେ। ଏହା ପୂର୍ବରୁ ୧୯୯୦ ହାପି ଲ୍ୟାଣ୍ଡ କ୍ଲବ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ୮୭ ଲୋକଙ୍କ ଜୀବନ ଚାଲିଯାଇଥିଲା।

Leave A Reply

Your email address will not be published.