ଦେଶ ବିଦେଶ

ଦାଦା, ଖୁଡିଙ୍କ ଆଖି ସାମ୍ନାରେ ଝିଆରୀକୁ ଅପହରଣ, ବସ୍‌ରୁ ଓହ୍ଲାଇବା ମାତ୍ରେ ବାଇକ୍‌ରେ ବସାଇ ନେଇଗଲେ ୨ ଯୁବକ

ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ। ମଧ୍ୟପ୍ରଦେଶର ଗ୍ଵାଲିୟରରେ ଘଟିଛି ଘଟଣା। ଏଠାରେ ଜଣେ ଯୁବତୀଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଖବରରୁ ଜଣାପଡ଼ିଛି ଯେ ଯୁବତୀ ବସ୍‌ରୁ ଓହ୍ଲାଇ ଛିଡ଼ା ହୋଇଥିବା ବେଳେ ହଠାତ୍‌ ଏକ ବାଇକ୍‌ରେ ମୁଖାଧାରୀ ୨ ଯୁବକ ଆସି ତାଙ୍କୁ ଅପହରଣ କରି ନେଇଥିଲେ। ଏହି ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଅଭିଯୋଗ ପାଇ ପୋଲିସ ଯୁବକମାନଙ୍କୁ ଖୋଜିବା ଆରମ୍ଭ କରିଛି। ଘଟଣା ସୋମବାର ସକାଳର ବୋଲି ଜଣାପଡ଼ିଛି। ପୋଲିସ ସୂଚନା ମୁତାବକ, ଭିଣ୍ଡ୍‌ ଜିଲ୍ଲା ଲହାର ଅଞ୍ଚଳର ଏହି ଯୁବତୀ ନିଜ ଦାଦା, ଖୁଡ଼ିଙ୍କ ସହ ବସ୍‌ରେ ବସି ଗ୍ଵାଲିୟରର ନାକା ଚନ୍ଦ୍ରବଦନୀ ଅଞ୍ଚଳରେ ଓହ୍ଲାଇଥିଲେ। ଏଠାରେ ଓହ୍ଲାଇ ଦାଦା, ଖୁଡ଼ି ବସ୍‌ରୁ ଜିନିଷପତ୍ର କାଢ଼ୁଥିବା ବେଳେ ୨ ଯୁବକ ପହଞ୍ଚି ଝିଆରୀକୁ ଗାଡ଼ିରେ ବସାଇ ନେଇଯାଇଥିଲେ।

ଏହି ପରିବାର ସ୍ଥାନୀୟ ପଟ୍ରୋଲ ପମ୍ପ୍‌ ନିକଟରେ ଓହ୍ଲାଇଥିଲେ। ଆଖି ସାମ୍ନାରେ ନିଜ ୧୯ ବର୍ଷୀୟା ଝିଆରୀର ଅପହରଣ ଦେଖି ଦାଦା, ଖୁଡ଼ି ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚି ପଟ୍ରୋଲ ପମ୍ପ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରି ଦେଇଛି। ସୂଚନା ରହିଛି, ଜଣେ ସମ୍ପର୍କୀୟଙ୍କ ଗୃହ ପ୍ରବେଶ ଉତ୍ସବରେ ଯୋଗଦେବାକୁ ଯୁବତୀ ନିଜ ଦାଦା, ଖୁଡ଼ିଙ୍କ ସହ ଗ୍ଵାଲିୟର ଆସିଥିଲେ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago