୧୯ ବର୍ଷୀୟ ଯୁବକ କରୁଥିଲେ ୫୦ ଜଣ ଲୋକଙ୍କ ସହ ପାର୍ଟି, ଲାଗିଲା ୯ ଲକ୍ଷ ଟଙ୍କାର ଜରିମାନା

ବ୍ରିଟେନର ଜଣେ ୧୯ ବର୍ଷୀୟ ଛାତ୍ର ତାଙ୍କ ଘରେ ୫୦ ଜଣଙ୍କ ସହ ପାର୍ଟି କରିଥିଲେ ଯାହା ପରେ କରୋନା ନିୟମ ଭଙ୍ଗ କରିଥିବା ଅଭିଯୋଗରେ ତାଙ୍କୁ ୯.୪ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି । ତେବେ ପାର୍ଟି ଆୟୋଜନ କରିଥିବା ଛାତ୍ର ଅନୁତାପ କରି କହିଛନ୍ତି ଯେ ସେ କେବଳ ୨୫ ଜଣଙ୍କୁ ନିମନ୍ତ୍ରଣ କରିଥିଲେ।

ଛାତ୍ରଙ୍କ କହିବା ଅନୁଯାୟୀ ସେ କେବଳ ୨୫ ଜଣଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ୫୦ ଜଣ ଲୋକ ଆସିଥିଲେ । ଅନେକ ଲୋକ ନିଜ ସାଙ୍ଗମାନଙ୍କୁ ପାର୍ଟିକୁ ନେଇ ଆସିଥିଲେ । ଏହି ମାମଲାଟି ବ୍ରିଟେନରୁ ଆସିଛି। ପୋଲିସ ଘରେ ପହଞ୍ଚିବା ପରେ ୫୦ ଜଣ ଲୋକ ପାର୍ଟି କରୁଥିବା ଦେଖିବାକୁ ପାଇଥିଲେ ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଛାତ୍ରଙ୍କୁ ପାର୍ଟି ଶେଷ କରିବାକୁ ପ୍ରଥମେ ଚେତାବନୀ ଦିଆଯାଇଥିଲା, କିନ୍ତୁ ପରେ ଜରିମାନା କରାଯାଇଥିଲା । ଛାତ୍ର ଜଣକ ଏହି ଘଟଣାରେ ଅନୁତାପ କରିଛନ୍ତି, କିନ୍ତୁ ସେ ଜରିମାନା ଦେବେ କି ନାହିଁ ତାହା ନିଶ୍ଚିତ କରିନାହାଁନ୍ତି।

ବ୍ରିଟେନରେ କରୋନା ମହାମାରୀ ଉପରେ ନୂତନ ନିୟମ ହେବାର କିଛି ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଛି। ବ୍ରିଟେନର ନୂତନ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ମୁହୂର୍ତ୍ତରେ କେବଳ ୬ ଜଣଙ୍କୁ ଭେଟି ପାରିବେ । ତେବେ ଛାତ୍ର ଯେଉଁ ଘରେ ପାର୍ଟି କରୁଥିଲେ ସେହି ଘରେ ୬ ଜଣ ଛାତ୍ର ଏକାଠି ରୁହନ୍ତି । ଜଣେ ଛାତ୍ର କହିଥିଲେ ଯେ ଆମେ ଭାବିଥିଲୁ ଏହା ଏକ ଛୋଟ ପାର୍ଟୀ ହେବ କିନ୍ତୁ ନିମନ୍ତ୍ରଣ ପାଇଥିବା ଲୋକମାନେ ସେମାନଙ୍କ ସାଥୀଙ୍କ ସହିତ ପହଞ୍ଚିଥିଲେ । ଏଥି ସହିତ ଜରିମାନା ନଦେଲେ ଛାତ୍ରଙ୍କୁ କୋର୍ଟରେ ହାଜର ହେବାକୁ ପଡିବ ବୋଲି କୁହାଯାଇଛି ।

You might also like