ଗତ ୯ ମାସ ମଧ୍ୟରେ ଭାରତରେ ପଶିଛି ୧୯୧ ପାକିସ୍ତାନୀ ଡ୍ରୋନ୍‌, ପଞ୍ଜାବ ସେକ୍ଟରରେ ପ୍ରବେଶ କରିଛି ସର୍ବାଧିକ

ପାକିସ୍ତାନ କେବେ ବି ନିଜ ପ୍ରକୃତି ଛାଡିବନି। ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ରହିଥାଏ। ତେବେ ଏହା ମଧ୍ୟରୁ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗତ ୯ ମାସ ମଧ୍ୟରେ ପଡୋଶୀ ପାକିସ୍ତାନରୁ ଭାରତୀୟ ଅଞ୍ଚଳକୁ ୧୯୧ଟି ଡ୍ରୋନ୍‌ ବେଆଇନ ଭାବେ ପ୍ରବେଶ କରିଛି। ପାକିସ୍ତାନ ପାର୍ଶ୍ୱରୁ ଏଭଳି ଡ୍ରୋନ ପ୍ରବେଶ ଉପରେ ନଜର ରଖିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ- ପାକିସ୍ତାନ ସୀମାରେ ମୁତୟନ ସୁରକ୍ଷାବାହିନୀର ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଏହି ସୂଚନା ପ୍ରଦାନ କରିଛନ୍ତି।

ଭାରତୀୟ ପରିସରରେ ପ୍ରବେଶ କରିଥିବା ୧୯୧ ଡ୍ରୋନ ମଧ୍ୟରୁ ୧୭୧ଟି ପଞ୍ଜାବ ସେକ୍ଟର ସ୍ଥିତ ଭାରତୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ୨୦ଟି ଡ୍ରୋନ୍‌ ଜମ୍ମୁ ସେକ୍ଟରେ ପ୍ରବେଶ କରିଥିଲା। ଜାନୁଆରୀ୧, ୨୦୨୨ରୁ ସେପ୍ଟେମ୍ବର ୩୦, ୨୦୨୨ ମଧ୍ୟରେ ଏହି ଡ୍ରୋନଗୁଡିକ ଭାରତୀୟ ପରିସରରେ ପ୍ରବେଶ କରିଥିବା ଜଣାପଡିଛି। ଏଥିମଧ୍ୟରୁ ୭ଟି ଡ୍ରୋନକୁ ବିଏସଏଫ ଦ୍ୱାରା ଗୁଳି କରି ଖସାଇ ଦିଆଯାଇଛି। ପଞ୍ଜାବର ଅମୃତସର, ଫିରୋଜପୁର ଏବଂ ଅବୋହରରେ ବିଏସଏଫ୍‌ ଦ୍ୱାରା ୭ଟି ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା।

Also Read : ଉଡାଣ ଭରିବା ପରେ ଖସିପଡିଲା ବିମାନର ଟାୟାର, ଏବେ ଅବତରଣକୁ ନେଇ ସମସ୍ତେ ଚିନ୍ତାରେ : ଭିଡିଓ ଭାଇରଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.