ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜୁନ ୧୧ ତାରିଖରୁ ଜୁନ ୧୯ ତାରିଖ ମଧ୍ୟରେ ଏହି ମୃତ୍ୟୁ ହୋଇଥିବା ଜଣାପଡିଛି ସେଣ୍ଟର ଫର ହଲିଷ୍ଟିକ ଡେଭଲେପମେଣ୍ଟ ସ୍ୱେଚ୍ଛାସେବୀ ସଂଗଠନ ରିପୋର୍ଟରୁ । ଗ୍ରୀଷ୍ମପ୍ରବାହ ଯୋଗୁଁ ମାତ୍ର ୮ଦିନ ମଧ୍ୟରେ ହୋଇଥିବା ମୃତ୍ୟୁ ସଂଖ୍ୟା ସର୍ବାଧିକ ବୋଲି ସ୍ୱେଚ୍ଛାସେବୀ ସଂଗଠନ ଦାବି କରିବା ସହ ଏମାନଙ୍କ ମଧ୍ୟରୁ ଅଧିକାଂଶ ବାସହୀନ ଥିବା କହିଛି ।

ସେପଟେ ହିଟଷ୍ଟ୍ରୋକ ଯୋଗୁଁ ଗତ ୭୨ ଘଣ୍ଟା ମଧ୍ୟରେ ୧୪ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡିଛି । ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀର ଡାକ୍ତରଖାନାଗୁଡିକରେ ହିଟ୍ ଷ୍ଟ୍ରୋକ ରୋଗୀଙ୍କ ସଂଖ୍ୟା ବଢିଛି । ମଙ୍ଗଳବାର ଦିଲ୍ଲୀରେ ରାତି ତାପମାତ୍ରା ସର୍ବନିମ୍ନ ୩୫.୨ ଡିଗ୍ରୀ ସେଲସିୟସ ଥିଲା । ଗତ ୧୪ ବର୍ଷର ଏହା ସର୍ବାଧିକ ରାତି ତାପମାତ୍ରା ଥିବା ଜଣାପଡିଛି ।

Leave A Reply

Your email address will not be published.