ଲକ୍ଷ୍ନୌ ଅନାଥ ଆଶ୍ରମରେ ଭୟଙ୍କର ପରିସ୍ଥିତ: ଫୁଡ୍ ପଏଜନିଂରେ ୨ ଶିଶୁ ମୃତ, ୧୬ ଗୁରୁତର

ବିଷାକ୍ତ ଖାଦ୍ୟକୁ ନେଇ ଉତ୍ତର ପ୍ରଦେଶର ଏକ ଅନାଥ ଆଶ୍ରମରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ମାନସିକ ବିକୃତ ପିଲାମାନେ ଏହି ବିଷାକ୍ତ ଖାଦ୍ୟ ଖାଇବାରୁ ତାଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡିଛି । ଫୁଡ ପଏଜନିଂ ଯୋଗୁ ଅନାଥ ଆଶ୍ରମର ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଊର୍ଦ୍ଧ୍ବ ପିଲା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୁଚନାନୁଯାୟୀ, ଏପରି ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅନାଥ ଆଶ୍ରମରେ ଦେଖିବାକୁ ମିଳିଛି  । ୨୩ ମାର୍ଚ୍ଚ ବିଳମ୍ବିତ ରାତିରେ ଏପରି  ଘଟଣା ଘଟିଥିଲା । ୪ଦିନ ପୂର୍ବରୁ ଅନାଥ ଆଶ୍ରମର ଖାଦ୍ୟ ଖାଇ ୧୪୬ ପିଲାଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ପିଲା ଅସୁସ୍ଥ ହୋଇପଡିଥିଲା । ଫଳରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ପିଲା ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ୧୬ରୁ ଊର୍ଦ୍ଧ୍ବ ପିଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସ୍ଥିର ଅଛି ବୋଲି ବୋଲି ସୂଚନା ମିଳିଛି ।

ଖବର ମୁତାବକ , ଆଶ୍ରମରେ ଖେଚେଡି ଏବଂ ଦହି ଖାଇବା ପରେ ପଲାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଯାଇଥିଲା । ସଂସ୍ଥାର ଦାୟିତ୍ବହୀନତା ପାଇଁ ନିରୀହ ଶିଶୁଙ୍କ ପ୍ରାଣ ଯାଇଛି ବୋଲି କୁହାଯାଇଛି । ବର୍ତ୍ତମାନ ଏହି ମାମଲାକୁ ନେଇ ତଦନ୍ତ ଚାଲିଛି । ଦୋଷୀ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯିବ ବୋଲି ସରକାରୀ ବାଲଗିର ନିର୍ମାଣ ସଂସ୍ଥାର କର୍ମଚାରୀ କହିଛନ୍ତି ।

Also Read : ହେଲମେଟ ନ ପିନ୍ଧିବାରୁ ୧୦ ଲକ୍ଷର ଚାଲାଣ କାଟିଲା ପୋଲିସ, ୧୧ମାସ ହେଲା ଟ୍ରାଫିକ ଥାନାକୁ ଦୌଡୁଛନ୍ତି ଯୁବକ