ପାକିସ୍ତାନ: ସ୍କୁଲ ଭ୍ୟାନ୍‌ ଉପରକୁ ଗୁଳିମାଡ଼, ୨ ପିଲା ମୃତ; ଡ୍ରାଇଭରଙ୍କ ସମେତ ୬ ଆହତ

ପାକିସ୍ତାନର ଅଟକରେ ଏକ ସ୍କୁଲ ଭ୍ୟାନ୍‌ ଉପରକୁ ଗୁଳିମାଡ଼ ହୋଇଛି । ଜଣେ ଅଜଣା ବନ୍ଧୁକଧାରୀଙ୍କ ଆକ୍ରମଣରେ ୨ ଜଣ ପିଲାଙ୍କ ମୃତ୍ୟୁ ଘଟିଛି । ଏଥିରେ ୫ ଜଣ ପିଲା ଆହତ ହୋଇଛନ୍ତି । ଅଟକର ଧେରୀ କୋଟରେ ଏହି ଘଟଣା ଘଟିଛି । ଗୁଳିମାଡ଼ରେ ଭ୍ୟାନ୍‌ର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ କହିଛି, ଆକ୍ରମଣକାରୀ ଫାୟାରିଂ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସମସ୍ତ ମୃତ ଏବଂ ଆହତ ପିଲାଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ରହିଛି । ବ୍ୟକ୍ତିଗତ ଶତ୍ରୁତା କାରଣରୁ ଏହି କାଣ୍ଡ ଘଟିଥିବା ସ୍ଥାନୀୟ ପୋଲିସ ଅଧିକାରୀ ବାବର ସରଫରାଜ ଅଲ୍‌ପା କହିଛନ୍ତି ।

ପୋଲିସ ମୁତାବକ, ଆକ୍ରମଣକାରୀଙ୍କ ଟାର୍ଗେଟ୍‌ରେ ଡ୍ରାଇଭର ଥିଲେ, କିନ୍ତୁ ନିରୀହ ସ୍କୁଲ ପିଲା ଏହା ସଂସ୍ପର୍ଶରେ ଆସିଯାଇଥିଲେ । ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ବିରୋଧରେ ଏ ନେଇ ମାମଲା ରୁୁଜୁ କରାଯାଇଛି । ପୋଲିସ ସେମାନଙ୍କୁ ଖୋଜାଖୋଜି କରୁଛି ।

You might also like