ତାମିଲନାଡୁରେ ଟ୍ରାକ୍‌ରୁ ଖସିଲା ୨ ଟି ବଗି, କେହି ମୃତାହାତ ହୋଇ ନାହାଁନ୍ତି

ବାହାନଗା ମର୍ମନ୍ତୁଦ ଦୁର୍ଘଟଣା କଥା ମନରୁ ନ ଲିଭୁଣୁ ଆଉ ଏକ ଟ୍ରେନ ଦୁର୍ଘଟଣା ଖବର ସାମନାକୁ ଆସିଛି । ଏହି ଦୁର୍ଘଟଣା ଘଟିଛି ତାମିଲନାଡୁର କନ୍ନୁରରେ । ଟ୍ରେନ ଟ୍ରାକରୁ ୨ ଟି ବଗି ଖସିଯାଇଛି । ତେବେ ଖବର ଲେଖାହେବା ଯାଏ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି ।

ଚେନ୍ନାଇ : ବାହାନଗା ମର୍ମନ୍ତୁଦ ଦୁର୍ଘଟଣା କଥା ମନରୁ ନ ଲିଭୁଣୁ ଆଉ ଏକ ଟ୍ରେନ ଦୁର୍ଘଟଣା ଖବର ସାମନାକୁ ଆସିଛି । ଏହି ଦୁର୍ଘଟଣା ଘଟିଛି ତାମିଲନାଡୁର କନ୍ନୁରରେ । ଟ୍ରେନ ଟ୍ରାକରୁ ୨ ଟି ବଗି ଖସିଯାଇଛି । ତେବେ ଖବର ଲେଖାହେବା ଯାଏ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି ।

ଓଟିରୁ ମେଟୁପାଲାୟାମ ଅଭିମୁଖେ ଯାଉଥିବା ଏକ ଟ୍ରେନର ଦୁଇଟି କୋଚ୍ ଗୁରୁବାର ତାମିଲନାଡୁର କୁନ୍ନୁର ନିକଟରେ ଲାଇନଚ୍ୟୁତ ହୋଇଥିଲା। ସେହିପରି ବୁଧବାର ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍ରେ ଟ୍ରେନ୍ ମାଡ଼ିଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ଟ୍ରେନ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ଟ୍ରେନଟି ଛାଡିଥିଲା ।

ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଏବେ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୩ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହି ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧିପାଇବା ଆଶଙ୍କା ରହିଛି । ଦୁର୍ଘଟଣା ପର ଠାରୁ ପ୍ରତିଦିନ ୧୦୦ଟି ମାଲବୁହା ଟ୍ରେନ୍ର ଚଳାଚଳ ପ୍ରଭାବିତ ହୋଇଛି।

Leave A Reply

Your email address will not be published.