ଜମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ୨ ପୋଲିସ୍ ସହିଦ୍ , ୧୦ ଯବାନ୍ ଆହତ

ଶ୍ରୀନଗର : ଜମୁ କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଆଜି ସକାଳୁ ଦୁଇ ଦୁଇଟି ସ୍ଥାନରେ ଆତଙ୍କବାଦୀ ହମ୍‌ଲା କରିଛନ୍ତି। ଆକ୍ରମଣରେ ପୁଲୱାମାରେ ୨ଜଣ ପୋଲିସ ଅଫିସର ସହିଦ୍‌ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀମାନେ ପୋଲିସ କମର୍ଚାରୀଙ୍କ ଅସ୍ତ୍ରଶସ୍ତ୍ର ନେଇ ପଳାଇଛନ୍ତି। ସେହିପରି ଅନନ୍ତନାଗରେ ସିଆରପିଏଫର ୧୦ଜଣ  ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆତଙ୍କାବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ୍‌ ମାଡ଼ କରିଥିଲେ । ଭୋର ୩ଟା ବେଳକୁ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ତେବେ ମାସକ ମଧ୍ୟରେ ଜମ୍ମୁ-କାଶ୍ମୀରେର ୩ଥର ଆତଙ୍କବାଦୀମାନେ ଆକ୍ରମଣ କରିସାରିଲେଣି। ଏହାପରେ ସେଠାରେ  ସର୍ଚ୍ଚ ଅପରେସନ୍‌ ଜାରି ରହିଛି।