ଆନ୍ଧ୍ର: ଫାର୍ମା କମ୍ପାନୀ ପ୍ଲାଣ୍ଟରେ ବିସ୍ଫୋରଣ; ୨ ମୃତ, ୧୫ରୁ ଅଧିକ ଆହତ

ଆନ୍ଧ୍ର ପ୍ରଦେଶରେ ଏକ ଫାର୍ମା କମ୍ପାନୀ ପ୍ଲାଣ୍ଟରେ ରିଆକ୍ଟର ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଅନକାପଲ୍ଲୀ ଏନ୍‌ଟିଆର୍‌ ହସ୍ପିଟାଲ ଏବଂ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ଆଜି ଅପରାହ୍ନରେ ଅନକାପଲ୍ଲୀର ଅଚ୍ୟୁତପୁରମ୍‌ ସେଜରେ ଥିବା ଏକ ପ୍ଲାଣ୍ଟରେ ଘଟିଛି । ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଏହିପରି ଗତ ଜୁଲାଇରେ ଆନ୍ଧ୍ରର ଏନ୍‌ଟିଆର୍‌ ଜିଲ୍ଲାରେ ଏକ ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟିିଥିଲା । ଏଥିରେ ୧୬ ଜଣ କର୍ମଚାରୀ ଆହତ ହୋଇଥିଲେ । ଆହତ କର୍ମଚାରୀମାନଙ୍କ ମଧ୍ୟରେ କିଛି ଜଣ ସ୍ଥାନୀୟ ଥିବାବେଳେ ଆଉ କିଛି ଜଣ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ବିହାରର ବାସିନ୍ଦା ଥିଲେ । ବଏଲର ଫାଟିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା ।

୨୦୨୩ରେ ମଧ୍ୟ ଏଠାରେ ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ ଘଟି ୭ ଜଣ ପୋଡ଼ି ହୋଇଯାଇଥିଲେ । ରାଜ୍ୟ ସରକାର ଏକ ବୟାନରେ କହିଥିଲେ ଯେ ବିସ୍ଫୋରଣ ସମୟରେ କାରଖାନାରେ ୩୫ ଜଣ କର୍ମଚାରୀ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରକ୍ଷିତ ଭାବେ ବାହାରି ଆସିଥିଲେ । ଫାର୍ମା କମ୍ପାନୀର ସଲ୍‌ଭେଣ୍ଟ ରିକଭରୀ ପ୍ଲାଣ୍ଟରେ ସଲ୍‌ଭେଣ୍ଟ ଭରିବା ବେଳେ ଏହି ବିସ୍ଫୋରଣ ଘଟିଥିଲା ।

You might also like