ଛତିଶଗଡ଼ର ସୁକମାରେ IED ବିସ୍ଫୋରଣ, ସିଆର୍‌ପିଏଫ୍‌ର ୨ ଯବାନ ସହିଦ

ଛତିଶଗଡ଼ର ସୁକ୍‌ମାରେ ନକ୍ସଲଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ନାମ ବିଷ୍ଣୁ ଆର୍‌ ଓ ଶୈଳେନ୍ଦ୍ର ବୋଲି ଜଣାପଡ଼ିଛି । ସୁରକ୍ଷା ବାହିନୀକୁ ଆକ୍ରମଣ ଉଦ୍ଦେଶ୍ୟରେ ନକ୍ସଲମାନେ କ୍ୟାମ୍ପ୍‌ ସିଲଗେରରୁ ଟେକଲଗୁଡେମ୍‌ ଯିବାକୁ ଥିବା ରାସ୍ତାରେ ଆଇଇଡି ଖଞ୍ଜିଥିଲେ । ୨୦୧ କୋବ୍ରା ବାହିନୀର ଟ୍ରକ୍‌ ଏହା ସଂସ୍ପର୍ଶରେ ଆସିଯାଇଥିଲା ।

ସୂଚନା ମୁତାବକ, ଜଗରଗୁଣ୍ଡା ଥାନା ଅଧୀନ ସିଲଗେର କ୍ୟାମ୍ପ୍‌ରୁ ୨୦୧ କୋବ୍ରା ବାହିନୀ ଟିମ୍‌ ଆର୍‌ଓପି ଡ୍ୟୁଟି ସମୟରେ ଟ୍ରକ୍‌ ଏବଂ ବାଇକ୍‌ ଯୋଗେ ଟେକଲଗୁଡେମ୍‌ କ୍ୟାମ୍ପ୍‌ ଆଡ଼କୁ ଯାଉଥିଲେ । ଏହି ମୁଭ୍‌ମେଣ୍ଟ ବେଳେ ରବିବାର ଦ୍ୱିପ୍ରହର ପ୍ରାୟ ୩ଟାରେ କୋବ୍ରା ବାହିନୀ ଟ୍ରକ୍‌ ଆଇଇଡି ସଂସ୍ପର୍ଶରେ ଆସିଯାଇଥିଲା । ଏଥିରେ ଦୁଇ ଜଣ ଯବାନ ଘଟଣାସ୍ଥଳରେ ହିଁ ସହିଦ ହୋଇଯାଇଥିଲେ ।

ବାକି ସମସ୍ତ ଯବାନ ସୁରକ୍ଷିତ ଥିବା ଜଣାଯାଇଛି । ସହିଦ ଯବାନମାନଙ୍କ ମୃତଦେହକୁ ଘଟଣାସ୍ଥଳରୁ ବାହାର କରାଯାଉଛି । ଏ ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.