ଜଳପ୍ରପାତ ବୁଲି ଫେରୁଥିବା ବେଳେ ଖାଇକୁ ଖସିଲା ଜିପ୍; ଯୁବକ, ଯୁବତୀ ମୃତ, ୩ ଗୁରୁତର

ଉତ୍ତରାଖଣ୍ଡର ଡେରାଡୁନ୍‌-ମସୁରୀ ରାସ୍ତାରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ରାଜପୁରସ୍ଥିତ ପର୍ଯ୍ୟଟନସ୍ଥଳୀ ଶିଖର ଜଳପ୍ରପାତ ନିକଟରେ ଏକ ଜିପ୍ ଗଭୀର ଖାଇକୁ ଖସି ପଡ଼ିଛି । ଏଥିରେ ଜଣେ ଯୁବକ ଓ ଯୁବତୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ଉତ୍ତରାଖଣ୍ଡର ଡେରାଡୁନ୍‌-ମସୁରୀ ରାସ୍ତାରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ରାଜପୁରସ୍ଥିତ ପର୍ଯ୍ୟଟନସ୍ଥଳୀ ଶିଖର ଜଳପ୍ରପାତ ନିକଟରେ ଏକ ଜିପ୍ ଗଭୀର ଖାଇକୁ ଖସି ପଡ଼ିଛି । ଏଥିରେ ଜଣେ ଯୁବକ ଓ ଯୁବତୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ତିନିଜଣ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ସମୟରେ ଜିପ୍‌ରେ ଥିବା ଯାତ୍ରୀମାନଙ୍କର ଚିିତ୍କାର ଶୁଣିବାକୁ ମିଳିଥିଲା । ପାଟି ଶୁଣି ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ ।

ମିଳିଥିବା ସୂଚନା ମୁତାବକ, ଯେତେବେଳେ ପାଞ୍ଚ ଜଣ ଲୋକ ଶିଖର ଜଳପ୍ରପାତ ବୁଲି ଘରକୁ ଫେରୁଥିଲେ, ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଆହତ ତିନିଜଣଙ୍କୁ ଖାଇରୁ ବାହାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।

ପଚରାଉଚରା ବେଳେ ଆହତମାନେ ପୋଲିସକୁ କହିଛନ୍ତି ଯେ ସେମାନେ ଶିଖର ଜଳପ୍ରପାତ ବୁଲି ଘରକୁ ଫେରୁଥିଲେ । ଏହି ସମୟରେ ହଠାତ୍ ସେମାନଙ୍କ ଜିପ୍‌ର ବ୍ରେକ୍ ଫେଲ୍‌ ହୋଇଯାଇଥିଲା ଏବଂ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ତଳେ ଥିବା ଖାଇକୁ ଖସି ପଡ଼ିଯାଇଥିଲା । ମୃତକମାନେ ହେଲେ, ଡେରାଡୁନ୍‌ ପୋଶ୍‌ ତେଗ୍‌ ବାହାଦୂର ରୋଡ୍‌ର ଆୟୂଷ ଶର୍ମା (୩୦) ଏବଂ କୋଲାଗଡ଼ ରୋଡ୍‌ର ଅବନୀ କୁକରେତି (୨୯) । ଶର୍ମା ମର୍ଚାଣ୍ଟ ନାଭିରେ କାମ କରୁଥିବା ବେଳେ ଅବନୀ ମସୁରୀ ରୋଡ୍‌ରେ କାଫେ ଚଳାଉଥିଲେ ।

ସେପଟେ ଛତିଶଗଡ଼ର କଓ୍ଵର୍ଦ୍ଧା ଜିଲ୍ଲାରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ୧୨ ଜଣ ଲୋକ ଏଥିରେ ଆହତ ହୋଇଥିବା କୁହାଯାଉଛି । ଜିଲ୍ଲାର କୁକ୍‌ ଦୂର ଥାନା ଅଧୀନରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ବାଇଗା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ କେନ୍ଦୁପତ୍ର ତୋଳି ଫେରୁଥିବା ବେଳେ ସେମାନଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ବାହପାନି ଅଞ୍ଚଳରେ ଏକ ପିକ୍‌ଅପ୍‌ ଗାଡ଼ି ୨୦ ଫୁଟ୍‌ ଗଭୀର ଖାଇ ଭିତରକୁ ଓଲଟି ପଡ଼ିଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.