ନୂଆବର୍ଷରେ ଅଘଟଣ: ଶୋଇଥିବା ବେଳେ ବୃଦ୍ଧାଶ୍ରମରେ ଲାଗିଗଲା ନିଆଁ, ୨ ମହିଳା ମୃତ

ଦିଲ୍ଲୀର ଗ୍ରେଟର କୈଳାଶର ଏକ ବୃଦ୍ଧାଶ୍ରମରେ ଭୀଷଣ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କ ଜୀବନ ଚାଲିଯାଇଛି । ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାକୁ ନେଇ ସାଉଥ ଦିଲ୍‌ଲୀ ପୋଲିସ ଡିସିପି ଚନ୍ଦନ ଚୌଧୁରୀ କହିଛନ୍ତି, ଏହି ଘଟଣାରେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତର ଭାବେ ଆହତ ବ୍ୟକ୍ତିଙ୍କୁ ମ୍ୟାକ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଏବଂ ଅନ୍ୟ ଲୋକ ସାମିଲ ରହିଛନ୍ତି । ନିଆଁ ଲାଗିବା ପରେ ଘଟଣା ସ୍ଥଳରେ ଦମକଳ ଅଧିକାରୀ ଏବଂ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନାଯୋଗ୍ୟ, ନିଆଁ ସକାଳ ୫ଟାରେ ଲାଗିଥିଲା । ଏହି ସମୟରେ ଲୋକମାନେ ଶୋଇଥିଲେ । ନିଆଁ ତୃତୀୟ ମହଲାରେ ଲାଗିଥିଲା। ଏବେ ନିଆଁକୁ ଆୟତ୍ତ କରାଯାଇଛି। ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବୟସ୍କା ମହିଳା ଥିଲେ । ସେମାନଙ୍କ ବୟସ ୯୬, ୮୬ ରହିଥିଲା ।

ଏହାପୂର୍ବରୁ ଦିଲ୍ଲୀର ଗ୍ରେଟର କୈଳାସ ପାର୍ଟ ୨ ସ୍ଥିତ ଫିନିକ୍ସ ହସପିଟାଲରେ ୧୭ ଡିସେମ୍ବର ସକାଳ ନିଆଁ ଲାଗିଯାଇଥିଲା। ହସପିଟାଲରେ ନିଆଁ ଲାଗିବା ସୂଚନା ମିଳିବା ପରେ ଘଟଣା ସ୍ଥଳରେ ୫ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇଥିଲା ।୬ ଡିସେମ୍ବର ଦିଲ୍ଲୀର ଝିଲମିଲ ଇଣ୍ଡଷ୍ଟ୍ରିଆଲ ଏରିଆ ସ୍ଥିତ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ଏହା ପୂର୍ବରୁ ଦିଲ୍ଲୀର ସଦର ବଜାର ଅଞ୍ଚଳରେ ୪ଟି ଗାଡିରେ ଭୀଷଣ ନିଆଁ ଲାଗିଯାଇଥିଲା ।

Leave A Reply

Your email address will not be published.