ମୁମ୍ବାଇ: ୨୦ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୨ମୃତ, ୧୫ରୁ ଅଧିକ ଆହତ

ମୁମ୍ବାଇ: ମୁମ୍ବାଇର ଏକ ୨୦ ମହଲା ବିଲିଡିଂରେ ଭୟଙ୍କର ନିଆଁ ଲାଗିଛି। ନିଆଁ ବିଲିଡିଂର ୧୮ ମହଲା ଲାଗିଥିବା ଜଣାପଡିଛି। ମୁମ୍ବାଇର ତାଡଦେବ ଅଞ୍ଚଳରେ ଏହି ଘଟଣା ଘଟିଛି। କମଲା ବିଲିଡିଂର ୧୮ ମହଲାରେ ଲାଗିଥିବା ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଘଟଣାରେ ମୃତକଙ୍କ ସଂଖ୍ୟା ହୁଏତ ବୃଦ୍ଧି ପାଇପାରେ।

ନିଆଁ ଲାଗିବା ଖବର ଶୁଣି ଘଟଣା ସ୍ଥଳରେ ଦମକଳ ବାହିନୀ ଟିମ୍‌ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହି ନିଆଁକୁ ଆୟତ୍ତ କରିବା ପାଇଁ ୧୩ଟି ଦମକଳ ବାହିନୀ ଗାଡି ନିୟୋଜିତ ହୋଇଛି। ଏହାଛଡା ବିଲିଡିଂରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିଦିଆଯାଇଛି।

ବିଏମସି ମୁତାବକ, ଯେଉଁମାନେ ଘଟଣାରେ ଆହତ ହୋଇଛନ୍ତି, ସେମାନଙ୍କ ହସପିଟାଲରେ ତୁରନ୍ତ ଭର୍ତ୍ତି କରାଯାଇଛି। ହସପିଟାଲରେ ସେମାନଙ୍କର ଚିକିତ୍ସା ମଧ୍ୟ ଚାଲିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.