ଜମ୍ମୁ କଶ୍ମୀର : ଖାଇକୁ ଖସିଲା ସେନା ଗାଡି, ୨ ଯବାନ ସହିଦ, ଅନେକ ଆହତ
ଜମ୍ମୁ କଶ୍ମୀରର ବାନ୍ଦିପୋରାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଭାରତୀୟ ସେନା ଗାଡି ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ଦୁଇ ଯବାନ ସହିଦ ହୋଇଥିବାବେଳେ ଚାରିଜଣ ଯବାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଆହତ ଯବାନମାନଙ୍କୁ ଶ୍ରୀନଗରକୁ ପଠାଯାଇଛି ।
ଖବର ମୁତାବକ, ଉତ୍ତର କଶ୍ମୀର ଜିଲ୍ଲାର ପାୟନ ନିକଟରେ ଏକ ସେନା ଗାଡି ରାସ୍ତାରୁ ଖସି ଖାଇକୁ ଖସିପଡିଛି । ଏହି ଘଟଣାରେ କୌଣସି ଆତଙ୍କୀ ଆକ୍ରମଣ ସନ୍ଦେହ କରାଯାଉନାହିଁ । ପୋଲିସ ଏବଂ ସେନା ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ୨୪ ଡିସେମ୍ବରରେ ଜମ୍ମୁ କଶ୍ମୀରର ପୁଞ୍ଜ ଜିଲ୍ଲାର ବଲନୋଇ ସେକ୍ଟର ୨୪ରେ ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଥିଲା । ଘଟଣାରେ ସେନାର ଏକ ଗାଡି ୩୦୦ ଫୁଟ ଗଭୀର ଖାଇକୁ ଖସିପଡିଥିଲା । ଏଥିରେ ୫ ଜଣ ଯବାନ ନିହତ ହୋଇଥିଲେ । ପ୍ରାୟ ୧୦ ଜଣ ଯବାନ ଆହତ ହୋଇଥିଲେ । ୧୧ ମରାଠା ଲାଇଟ ଇନଫାଣ୍ଟ୍ରିର କିଛି ଯବାନ ପାଟ୍ରୋଲିଂରେ ଯାଉଥିବା ବେଳେ ପୁଞ୍ଚ ଜିଲ୍ଲାର ବାଲନୋଇ ଠାରେ ସେନା ଗାଡି ନିୟନ୍ତ୍ରଣ ହରାଇ ଖାଇରେ ଖସି ପଡିଥିଲା । ଯବାନମାନେ ନିଲମ ହେଡକ୍ୱାର୍ଟର୍ସରୁ ବାଲନୋଇ ଘୋରା ପୋଷ୍ଟ ଯାଉଥିବା ବେଳେ ଗାଡି ନିୟନ୍ତ୍ରଣ ହରାଇ ପ୍ରାୟ ୩୫୦ ଫୁଟ ତଳକୁ ଖସି ପଡିଥିଲା ।
ସେହିପରି ୪ ଦିନ ପୂର୍ବରୁ ପୁଞ୍ଛ ଜିଲ୍ଲାର ମେଣ୍ଡରରେ ଏଲଓସି ନିକଟରେ ବଲନୋଇ ଅଞ୍ଚଳରେ ସେନା ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣା ସନ୍ଧ୍ୟା ୬ଟାରେ ହୋଇଥିଲା । ୧୦୦ ଫଟ ତଳ ଖାଇକୁ ଖସିଥିଲା ଗାଡି ।