ଟ୍ରେନ ଲାଇନରେ ଇନଷ୍ଟା ରିଲ୍ସ କରିବା ସଉକ ନେଲା ଜୀବନ, ୨ ମୃତ

ଇନଷ୍ଟା ରିଲ୍‌ କରିବା ସଉକ ନେଇଗଲା ୨ ଜୀବନ । ରିଲ୍ସ କରୁଥିବା ସମୟରେ ମାଡିଗଲା ଲୌହ ଦାନବ। ଦିଲ୍ଲୀର କାଣ୍ଟି ନାଗର ଓଭରବ୍ରିଜ ନିକଟରେ ଉଭୟ ହେଡଫୋନ ଲଗାଇ ରିଲ୍ସ କରୁଥିବା ସମୟରେ ଟ୍ରେନ ଚଢିଯାଇଥିଲା ।

ରିଲ୍ସ କରିବା ସଉକ ନେଲା ଜୀବନ । ଆଉ ବିପଦଜନକ ଭାବେ ରେଲୱେ ଟ୍ରାକରେ ରିଲ୍‌ କରିବାର ଇଚ୍ଛା ଦୁଇ ସାଙ୍ଗଙ୍କୁ ମୁତ୍ୟୁ ମୁଖକୁ ଟାଣିନେଇଛି । ଦିଲ୍ଲୀର କାଣ୍ଟି ନାଗର ଅଞ୍ଚଳର ଦୁଇଜଣ ସାଙ୍ଗ ରେଳ ଟ୍ରାକରେ ରିଲ୍ ତିଆରି କରିବାକୁ ଆସିଥିଲେ। ଆଉ ଏହି ସମୟରେ ଟ୍ରେନ ସେମାନଙ୍କ ଉପରେ ମାଡିଯାଇଥିଲା । ଉଭୟ ମୋବାଇଲରେ ରିଲ କରୁଥିବା ବେଳେ ଟ୍ରେନ ମାଡି ଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ଛାତ୍ର ବିଟେକ୍‌ ତୃତୀୟ ବର୍ଷରେ ପଢୁଥିବା ବେଳେ ଅନ୍ୟ ଜଣେ ପାଖରେ ଥିବା ଦୋକାନରେ ସେଲସମ୍ୟାନ ଭାବେ କାମ କରୁଥିଲେ । ଜିଆରପି ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ସ୍ଥଳରୁ ମୋବାଇଲ ମଧ୍ୟ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ, ଦୁଇ ବନ୍ଧୁ କାଣ୍ଟି ନାଗର ଫ୍ଲାଏ ଓଭର ନିକଟରେ ମୋବାଇଲରୁ ରିଲ ତିଆରି କରୁଥିଲେ। ମୃତକ ଦୁଇଜଣ ୨୩ ବର୍ଷୀୟ ବଂଶ ଶର୍ମା ଏବଂ ୨୦ ବର୍ଷୀୟ ବରୁଣ ବୋଲି ଚିହ୍ନଟ କରାଯାଇଛି । ଉଭୟ କାଣ୍ଟି ନଗର ସମ୍ପ୍ରସାରଣର ବାସିନ୍ଦା ବୋଲି କୁହାଯାଉଛି। ପୋଲିସର ସୂଚନାନୁସାରେ, ଫେବୃଆରୀ ୨୨ ରେ ଶାହାଦରା ପୋଲିସ ଷ୍ଟେସନରେ ସନ୍ଧ୍ୟା ପାଞ୍ଚରୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଦୁହେଁ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିବେ ବୋଲି ରିଲ୍ସ କରୁଥିଲେ । ଭିଡିଓରେ ଦେଖିବାକୁ ମିଳିଛି, ପ୍ରଥମେ ବିଟେକ୍‌ କରୁଥିବା ଛାତ୍ର ଜଣକ ଉପରେ ଟ୍ରେନ ମାଡିଯାଇଥିବା ବେଳେ ତା’ପରେ ଦ୍ୱିତୀୟ ଛାତ୍ର ଉପରେ ମାଡିଯାଇଥିଲା । ତେବେ ହେଡଫୋନ ଲଗାଇଥିବାରୁ ଦୁହେଁ ଟ୍ରେନ ହର୍ଣ୍ଣ ଶୁଣିପାରିନଥିଲେ । ଫଳରେ ଟ୍ରେନ ମାଡିଯାଇଥିଲା ।

ରେଲୱେ ଟ୍ରାକରୁ ଏକ ମୋବାଇଲ୍ ଫୋନ୍ ମଧ୍ୟ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ପୋଲିସ ବିଟେକ ଛାତ୍ରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଦ୍ୟ ସର୍ଚ୍ଚ କରିଛି । ନିଜକୁ ଜଣେ ଭିଡିଓ କ୍ରିଏଟର ବୋଲି ଛାତ୍ର ଜଣକ ଉଲ୍ଲେଖ କରିଛନ୍ତି । ଆଉ ବରୁଣ ନିଜକୁ ଫଟୋଗ୍ରାଫର ବୋଲି ଲେଖିଛନ୍ତି । ଦୁହେଁ ପରସ୍ପରର ପଡୋଶୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.