ଜମ୍ମୁ-କାଶ୍ମୀରର ପୁଲଓ୍ଵାମା ଏବଂ କୁଲଗାମରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଲଓ୍ଵାମା ଏବଂ କୁଲଗାମରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ । ଗତକାଲି ବିଳମ୍ବିତ ରାତିରେ କୁଲଗାମରେ ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ୍‌ ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ତେବେ ଆହୁରି ଆତଙ୍କୀ ଲୁଚି ରହିଥିବା ଖବର ମିଳିବା ପରେ ଏବେବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ସୂଚନା ଥାଉକି, ସପ୍ତାହେ ଭିତରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୬ ଆତଙ୍କବାଦୀ ନିପାତ ହେଲେଣି ।

Leave A Reply

Your email address will not be published.