ଜାମ୍ମୁ-କାଶ୍ମୀର ନୌଗାମ୍‌ରେ ପୋଲିସ-ଆତଙ୍କବାଦୀ ଗୁଳି ବିନିମୟ, ୨ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର(କେନ୍ଯୁଜ୍) : ଜାମ୍ମୁ-କାଶ୍ମୀର ନୌଗାମ୍‌ରେ ସୁରକ୍ଷାକର୍ମୀଙ୍କ ଅପରେସନ୍‌ ଅଲଆଉଟ୍‌ । ପୋଲିସ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକେ ଯବାନଙ୍କ ଉପରକୁ ପଥର ମାଡ଼ କରିଥିଲେ । ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି ।