ଜମ୍ମୁକାଶ୍ମୀରର ତ୍ରାଲରେ ଆତଙ୍କବାଦୀ-ଯବାନ ଗୁଳିବିନିମୟ , ୨ ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର(କେନ୍ୟୁଜ୍) : ଜମ୍ମୁକାଶ୍ମୀର ତ୍ରାଲରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ । ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନର ବୋଲି ଜଣାପଡିଛି । ନିହତ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ଏବେ ବି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସେପଟେ ଆହୁରି ୨ରୁ ୩ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଏନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ୨୬ ତାରିଖ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ ପରେ ଆତଙ୍କବାଦୀଙ୍କ ନିପାତ ପାଇଁ ସେନା ତା ଅଭିଯାନକୁ ଯୋରଜାର କରିଛି ।