ଜମ୍ମୁ-କାଶ୍ମୀର: LOC ନିକଟରେ ସେନା ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀରର କୁପଓ୍ଵାଡ଼ାରେ ସୁରକ୍ଷା ବାହିନୀ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ମିଳିତ କାର୍ଯ୍ୟାନୁଷ୍ଠାନରେ ଭାରତୀୟ ସେନା ସହିତ ସ୍ଥାନୀୟ ପୋଲିସ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ । କୁପଓ୍ଵାଡ଼ାର କେରନ ସେକ୍ଟରରେ ସୀମା ନିକଟରେ ଦୁଇ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ସେନା ଉଭୟ ଆତଙ୍କବାଦୀଙ୍କୁ ନିପାତ କରି ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛନ୍ତି ।
ଦୁଇଟି ସ୍ଥାନରେ ଗୁଳି ବିନିମୟ ହୋଇଛି । ଡୋଡା ପରେ କୁପଓ୍ଵାଡ଼ାରେ ଏଲ୍ଓସି ନିକଟରେ ଗୁରୁବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି ।
ଉତ୍ତର କାଶ୍ମୀର ଜିଲ୍ଲାର କେରନ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଉଭୟ ପଟୁ ଗୁଳି ବିନିମୟ ଆରମ୍ଭ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । କୁପଓ୍ଵାଡ଼ାରେ ଦୁଇ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି ।
ସୂଚନା ଅନୁସାରେ, ଏଲ୍ଓସି ନିକଟବର୍ତ୍ତୀ ଅଞ୍ଚଳରେ ୩ରୁ ୪ ଜଣିଆ ଆତଙ୍କବାଦୀଙ୍କର ଏକ ଦଳ ଦେଖିବାକୁ ମିଳିଥିଲା । ଗତ ସପ୍ତାହ ମଧ୍ୟରେ ଏଲ୍ଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ଭଣ୍ଡୁର କରିବାର ଏହା ଦେଉଛି ଦ୍ୱିତୀୟ ଘଟଣା । ସେଠାରେ ସେନାର ଅପରେସନ୍ ଏବେ ବି ଜାରି ରହିଛି ।