ପୁଣି ବୋରୱେଲ ଟ୍ରାଜେଡି । ରାଜସ୍ଥାନ ଦଉସା ବନ୍ଦିକୁଇ ଅଞ୍ଚଳରେ ବୋରୱେଲ ଅଘଟଣ । ବୋରୱେଲରେ ଖସି ପଡ଼ିଛି ୨ବର୍ଷର ଶିଶୁ । ଉଦ୍ଧାର ପାଇଁ ୧୫ ଘଣ୍ଟା ହେଲା ଚାଲିଛି ଅପରେସନ । ଏନଡିଆରଏଫ ଓ ଏସଡିଆରଏଫ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବୋରୱେଲ ପାଖରେ ସମାନ୍ତରାଳ ଭାବେ ଆଉ ଏକ ଗର୍ତ୍ତ ଖୋଳି ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ମେଡିକାଲ ଟିମ୍ ପହଞ୍ଚି ବୋରୱେଲ୍ ଭିତରକୁ ଅକ୍ସିଜେନ୍ ଯୋଗାଣ କରିଛନ୍ତି ।
ସ୍ବତନ୍ତ୍ର କ୍ୟାମେରା ଜରିଆରେ ଶିଶୁଟିର ଗତିବିଧି ଉପରେ ନଜର ରଖିଛି ଉଦ୍ଧାରକାରୀ ଦଳ । ଶିଶୁଟି ସଚେତନ ଅବସ୍ଥାରେ ଥିବା କହିଛି ଏନଡିଆରଏଫ। ଯେତେ ଶୀଘ୍ର ସମ୍ଭବ ଶିଶୁଟିକୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ଖେଳିବା ବେଳେ ୩୫ ଫୁଟର ବୋରୱେଲ ଭିତରକୁ ଖସି ପଡ଼ିଥିଲା କୁନି ଝିଅ ।