ହୁତୁ ହୁତୁ ହୋଇ ଜଳୁଥିଲା ଘରର ମୁଖ୍ୟ ଦ୍ୱାର; ନିଜ ପରିବାରକୁ ଏମିତି ବଞ୍ଚାଇଲା ୨ ବର୍ଷର ଶିଶୁ! କରୋନା ଭାଇରସ୍ ଯୋଗୁ ଶୁଙ୍ଘିବାର କ୍ଷମତା ହରାଇଥିଲେ ବାପା, ମା’
୨ ବର୍ଷର ଏକ ଶିଶୁ ନିଜ ପରିବାରକୁ ରକ୍ଷା କରିଛି। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସକାଳେ ଯେତେବେଳେ ଘରେ ନିଆଁ ଲାଗି ଯାଇଥିଲା, ତ ଶିଶୁଟି ତା’ ବାପା, ମା’ଙ୍କୁ ଜାଗ୍ରତ କରି ଦେଇଥିଲା। ଅର୍ଥାତ୍ ସେମାନଙ୍କୁ ନିଦରୁ ଉଠାଇ ଦେଇଥିଲା, ଯାହାଫଳରେ ଏକ ବଡ଼ ବିପଦ ଟଳି ଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଘରେ ନିଆଁ ଲାଗିଥିଲେ ବି ବାପା, ମା’ କିପରି ଜାଣି ପାରିଲେ ନାହିଁ? କହି ରଖୁଛୁ ଯେ ସେମାନେ ଧୂଆଁର ଗନ୍ଧ ବାରିପାରି ନ ଥିଲେ। କାହିଁକି ନା, କରୋନା ଭାଇରସ୍ କାରଣରୁ ସେମାନେ ଶୁଙ୍ଘିବାର କ୍ଷମତାକୁ ହରାଇ ଦେଇଥିଲେ।
ଖବର ମୁତାବକ, ୩୩ ବର୍ଷୀୟ ନାଥନ୍ ଓ ୨୮ ବର୍ଷୀୟା ବାୟଲା ଡାହଲ ଭୋର ୪ଟା ୩୦ରେ ଗଭୀର ନିଦରେ ଶୋଇଥିଲେ। ସେତେବେଳେ ହିଁ ଘରେ ନିଆଁ ଲାଗି ଯାଇଥିଲା। ଘରେ ଥିବା ଅଗ୍ନି ଆଲାର୍ମ ନ ବାଜିବାରୁ ସେମାନେ ଧୂଆଁର ଦୁର୍ଗନ୍ଧରେ ଉଠି ପାରି ନ ଥିଲେ। ଏହା ଏଥିପାଇଁ ହୋଇଥିଲା, କାରଣ ସ୍ୱାମୀ, ସ୍ତ୍ରୀ ଦୁହେଁ ନିକଟରେ ହିଁ କରୋନା ଭାଇରସ୍ର ଶିକାର ହୋଇଥିଲେ ଏବଂ ଗନ୍ଧ ଓ ସ୍ୱାଦ ବାରିବାର କ୍ଷମତା ହରାଇ ଦେଇଥିଲେ। ଏତିକି ବେଳେ ସେମାନଙ୍କ ପୁଅ ବ୍ରାଣ୍ଡନ୍ ଲିଭିଙ୍ଗ୍ ରୁମରେ ଶୋଇଥିଲା। ସେ ଧୂଆଁ ଓ ନିଆଁକୁ ବାରି ଉଠି ପଡ଼ିଥିଲା ଏବଂ ନିଜ ମାଆକୁ ଜାଗ୍ରତ କରିଥିଲା। କାୟଲା କହିଛନ୍ତି, ‘ମୋ ପୁଅ ମୋ ଗୋଡ଼ ପାଖକୁ ଆସି ମୋତେ ଡାକିଥିଲା, ଆଉ କାଶିଥିଲା। ସେ ମୋତେ କହିଥିଲା, ମାଆ ଗରମ, ଗରମ। ଯେତେବେଳେ ବୁଲି ପଡି ଦେଖିଲି, ତ ସେତେବେଳେ ଘରର କବାଟ ନିଆଁରେ ଜଳୁଥିଲା’।
ଏହାପରେ ବାପା, ମାଆ ତୁରନ୍ତ ଉଠି ପଡ଼ିଥିଲେ ଏବଂ ନିଜର ପାଞ୍ଚ ପିଲାଙ୍କୁ ଜଳନ୍ତା ଘରୁ ବାହାରକୁ ଆଣିଥିଲେ। ସେମାନେ କହିଛନ୍ତି କି, ଆମ ପାଖରେ ମାତ୍ର କିଛି ହିଁ ସେକେଣ୍ଡ ଥିଲା। ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ। ନାଥନ୍ କହିଛନ୍ତି, ଘରୁ ବାହାରିବାର ପାଖାପାଖି ୧ ମିନିଟ୍ ପରେ ଆମ ସାମ୍ନାରେ କବାଟରୁ ବଡ଼ ନିଆଁ ହୁଳା ଖସିଥିଲା। ଆଉ ଧୀରେ ଧୀରେ ସବୁକିଛି ଆମ ଆଖି ସାମ୍ନାରେ ଜଳି ଯାଇଥିଲା। କାୟଲା ଦୁଃଖ ପ୍ରକାଶ କରି କହିଛନ୍ତି, ‘ଘର ଭିତରେ ଥିବା ସବୁକିଛି ଚାଲି ଯାଇଛି ଏବଂ ସେମାନେ ନିଜ କାର୍ ବି ହରାଇଛନ୍ତି। କିନ୍ତୁ ନିଜ ଛୋଟ ପୁଅର ବୀରତାପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନେ କୃତଜ୍ଞ ବୋଲି କହିଛନ୍ତି। ସେ ଆମ ପୂରା ପରିବାରକୁ ରକ୍ଷା କରିିଛି। ମୋର କହିବାର ଅର୍ଥ ହେଉଛି, ସେ ଆମର ଛୋଟ ମିନି ହିରୋ’।
“He was coughing, saying, ‘Momma, hot. Momma, hot,’ over and over… My first thought as soon as I saw the flames, was ‘How did he get out of that?’”
On Jan. 15, a 2-year-old saved his family from a fire. His mom said it was nothing short of a miracle.https://t.co/qf6CsvXjDb pic.twitter.com/qulloiSpm6
— Austin Jackson (@a_jack17) January 21, 2022