କେନାଲକୁ ଖସିଲା ବସ୍, ୨୦ ଗୁରୁତର
ଚେନ୍ନାଇ : ରାଜ୍ୟ ପରିବହନ ନିଗମର ଏକ ବସ ତାମିଲନାଡୁ ବିର୍ଦ୍ଦାଚଲମ ର କୋମାଙ୍ଗଳମ କେନାଲକୁ ଖସି ପଡିବାରୁ ପ୍ରାୟ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତାମିଲନାଡୁ ବିର୍ଦ୍ଦାଚଳମ୍ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି ।
ପୋଲିସ ସୂଚନା ଅନୁଯାୟୀ, ବସ ଡ୍ରାଇଭର ସରଭନନ୍ ବିପରୀତ ଦିଗରୁ ଆସୁଥିବା ଏକ ଭ୍ୟାନକୁ ବଞ୍ଚାଇବାକୁ ଯାଇ ବସ୍ ଉପରେ ନିଜର ନିୟନ୍ତ୍ରଣ ହରାଇଥିଲା । ଫଳରେ ବସଟି କେନାଲ ମଧ୍ୟକୁ ଖସି ପଡିଥିଲା । ତାମିଲନାଡୁ ପରିବହନ ମନ୍ତ୍ରୀ ଏସ୍ ଏସ୍ ଶିବକୁମାର ସେହି ବାଟ ଦେଇ ଯାଉଥିବା ବେଳେ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରିବା ସହ ଆମ୍ବୁଲାନ୍ସ ଡାକି ହସପିଟାଲ ପଠାଇଥିଲେ । ବସଟି ବିର୍ଦ୍ଦାଚଳମରୁ ସେପାକୁଲମ ଗାଁକୁ ଯାଉଥିବା ବେଳେ ବସରେ ୪୦ ଜଣ ଯାତ୍ରୀ ଥିଲେ ।