କାବୁଲରେ ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ରୁଷ ଦୂତାବାସ ନିକକଟରେ ବୋମା ବିସ୍ଫୋରଣ। ଏହି ଘଟଣାରେ ୨୦ ଲୋକ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇଜଣ ରାଜନୈତିକ ବ୍ୟକ୍ତି ମଧ୍ୟ ରହିଛନ୍ତି। ବୋମା ବିସ୍ଫୋରଣ ପରେ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଥିଲା। ଲୋକ ଜୀବନ ବଞ୍ଚାଇ ଏତେତେଣେ ଦୌଡିବାକୁ ଆରମ୍ଭ କରିଥିଲେ। ସୂଚନା ମୁତାବକ, ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଏହି ଘଟଣା ଘଟିଛି। ବିସ୍ଫୋରଣ ଆଫଗାନିସ୍ତାନର ରୁଷ ଦୂତାବାସ ବାହାରେ ହେଇଥିଲା। ଯେଉଁଠାରେ ଲୋକ ଭିସା ପାଇଁ ଅପେକ୍ଷା କରିଥିଲେ।

ତେବେ ସୁରକ୍ଷା ଅଧିକାରୀ ଏହାକୁ ନେଇ କୌଣସି ବୟାନ ଦେଇନାହାନ୍ତି। ସୂଚନା ମୁତାବକ, ଆକ୍ରମଣକାରୀ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ରୁଷ ଦୂତାବାସ (ତାଲିବାନ) ଗାର୍ଡ ଗୁଳି ମାରିଦେଇଥିଲେ। କିନ୍ତୁ ସେତେବେଳେ ସେ ନିଜକୁ ଉଡାଇଦେଇଥିଲେ। ଯେଉଁଥିରେ ୨୦ ଲୋକ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇଜଣ ରାଜନୈତିକ ବ୍ୟକ୍ତି ମଧ୍ୟ ରହିଛନ୍ତି।

ଏହା ପୂର୍ବରୁ ଶନିବାର ଦିନ ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦ ପ୍ରାନ୍ତର ନାଦ ଅଲ୍ଲୀ ଜିଲ୍ଲାରେ ବିସ୍ଫୋଟକ ଉପକରଣ ଫାଟିବା ଯୋଗୁଁ ତିନି ଜଣ ପିଲା ମୃତ୍ୟୁବରଣ କରିଥିଲେ। ଏଥିରେ ଅନ୍ୟ ୩ ଜଣ ଆହତ ହୋଇଥିଲେ। ସମସ୍ତ ପୀଡିତ ଏକ ଧାର୍ମିକ ସ୍କୁଲର ଛାତ୍ର ଥିଲେ।

ସେହିପରି କାବୁଲ ପୋଲିସ ଜିଲ୍ଲାରେ ୧୭ରେ ଏକ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଦୁଇଜଣ ଲୋକ ମୃତ୍ୟୁବରଣ କରିଥିଲେ। ଅନ୍ୟ ତିନି ଜଣ ଆହତ ହୋଇଥିଲେ। ଟୟୋଟା କୋରୋଲା କାର ବିସ୍ଫୋରଣ ଉପକରଣ ରଖାଥିଲା। ଏହି ବିସ୍ଫୋରଣ ଆଫଗାନିସ୍ତାନରୁ ଆମେରିକାର ନେତୃତ୍ୱ ନେଇଥିବା ସେନା ଫେରୁଥିବା ବେଳେ ହୋଇଥିଲା।

Also Read : ସାଇରସ ମିସ୍ତ୍ରୀଙ୍କ ଗାଡି ଚଳାଉଥିଲେ ଟାଟା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକଙ୍କ ପତ୍ନୀ: ସିଟ୍‌ ବେଲ୍ଟ ବାନ୍ଧିନଥିଲେ ମିସ୍ତ୍ରୀ, ମାତ୍ର ୯ ମିନିଟ୍‌ରେ ୨୦ କିମି ଦୂରରେ ପହଞ୍ଚିଥିଲା ଗାଡି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.