ଆହୁରି ଭୟଙ୍କର ହେବ ଯୁଦ୍ଧ: ୟୁକ୍ରେନକୁ ପୁଣି ୨୦ ହଜାର କୋଟି ଟଙ୍କାର ସାମରିକ ପ୍ୟାକେଜ୍‌ ଦେବ ଆମେରିକା

ନୂଆଦିଲ୍ଲୀ : ଆଗକୁ ଆହୁରି ଭୟଙ୍କର ହେବ ଯୁଦ୍ଧ । ୟୁକ୍ରେନକୁ ପୁଣି ସାମରିକ ପ୍ୟାକେଜ୍‌ ଘୋଷଣା କରିଛି ଆମେରିକା । ୨୦ ହଜାର କୋଟି ଟଙ୍କାର ସାମରିକ ପ୍ୟାକେଜ୍‌ ଦେବ । ଏଥିରେ ରହିଛି ଷ୍ଟ୍ରାଇକର କମ୍ବାଟ୍‌ ଭେହିକିଲ୍‌ । ପ୍ରଥମ ଥର ୟୁକ୍ରେନକୁ ଏହି ଯୁଦ୍ଧାସ୍ତ୍ର ଦେବ ଆମେରିକା । ଯୁଦ୍ଧ ଆରମ୍ଭ ହେବା ପରଠୁ ଏହା ୟୁକ୍ରେନକୁ ଆମେରିରାକର ସର୍ବାଧିକ ସାମରିକ ସହାୟତା ।

ଏଥିରେ ବହୁ ବିଧ୍ୱଂସକାରୀ ଯୁଦ୍ଧ ଯାନ, ଯୁଦ୍ଧାସ୍ତ୍ର ସାମିଲ ଅଛି । ମାଇନ୍‌ ରେଜିଷ୍ଚାନ୍ସ ଆମ୍ବୁସ୍‌ ପ୍ରୋଟେକ୍ଟଡ୍‌ ଭେହିକିଲ୍‌ ବି ଦେବ । ୟୁକ୍ରେନକୁ ପାଖାପାଖି ୫୦୦ MRAP । ସେହିପରି ରୁଷ ସହ ଲଢ଼ିବାକୁ ୟୁକ୍ରେନକୁ ଅଧିକ ଟ୍ୟାଙ୍କ, ଦୂରଗାମୀ କ୍ଷେପଣାସ୍ତ୍ର, ଆର୍ଟିଲାରି ସିଷ୍ଟମ୍‌, ହିମାର୍ସ ରକେଟ ସିଷ୍ଟମ୍‌ ଦେବ ଆମେରିକା । ଏପଟେ ରୁଷର ପୁଣି ଆଣବିକ ଚେତାବନୀ ଭିତରେ ଆଜି ନାଟୋ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ । ଜର୍ମାନୀର ରାମଷ୍ଟେନରେ ଏକାଠି ହେବେ ପ୍ରାୟ ୫୦ ଦେଶର ପ୍ରତିରକ୍ଷାମନ୍ତ୍ରୀ । ଏଥିପାଇଁ ରାମଷ୍ଟେନ ଏୟାରବେସ୍‌ରେ ପହଞ୍ଚି ସାରିଛନ୍ତି, ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ। ବୈଠକରେ ୟୁକ୍ରେନକୁ ଅଧିକ ସହାୟତା ନେଇ ଆଲୋଚନା ହେବ ।

 

 

Leave A Reply

Your email address will not be published.