ଲିଫ୍ଟ ଦେବା ବାହାନାରେ ୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ; ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌ର ଫଟୋ

ନଭି ମୁମ୍ବାଇର ପଡ଼ୋଶୀ ସହର ପନଭେଲ୍‌ରେ ଅଟୋରିକ୍ସାରେ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି। ପୋଲିସ ମୁତାବକ, ପନଭେଲ୍‌ରେ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏଠାରେ ୨୦ ବର୍ଷୀୟା ଯୁବତୀଙ୍କୁ ଦୁଇ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ପରେ ସିସିଟିଭି କ୍ୟାମେରା ଆଧାରରେ ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି।

ପୀଡ଼ିତା ଯୁବତୀ କୌଣସି କାମ ଆଳରେ ପନଭେଲ୍‌ ଆସିଥିଲେ। ରାତି ପ୍ରାୟ ୨ଟାରେ ତାଙ୍କ ସହିତ ଏହି ଘଟଣା ଘଟିଥିଲା। ପୋଲିସ ସୂଚନା ମୁତାବକ, ପୀଡ଼ିତା କେଉଁଆଡ଼େ ଯିବା ପାଇଁ ଅଟୋରିକ୍ସାକୁ ଅପେକ୍ଷା କରିଥିବା ବେଳେ ହଠାତ୍‌ ଦୁଇ ଅଭିଯୁକ୍ତ ତାଙ୍କ ପାଖରେ ପହଞ୍ଚିଥିଲେ। ସେମାନେ ତାଙ୍କୁ କହିଥିଲେ କି, ଏବେ ବିଳମ୍ବିତ ରାତିରେ ରାସ୍ତାରେ ଏକୁଟିଆ ଛିଡ଼ା ହେବା ତାଙ୍କ ପାଇଁ ସୁରକ୍ଷିତ ନୁହେଁ। ତେଣୁ ସେମାନେ ଯୁବତୀଙ୍କୁ ସୁରକ୍ଷା ଦେବା ବାହାନାରେ ତାଙ୍କୁ ଆଗକୁ ନେଇ ଯାଇଥିଲେ।

ଏହାପରେ ଅଭିଯୁକ୍ତମାନେ ଯୁବତୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଏବଂ ଘରେ ପହଞ୍ଚାଇବା ବଦଳରେ ରେଲେଓ୍ଵ ଟ୍ରାକ୍‌ ନିକଟସ୍ଥ ଏକ ଶୂନଶାନ ବିଲ୍ଡିଂ ପାଖକୁ ନେଇଯାଇଥିଲେ, ଆଉ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ ଏବଂ ଯୁବତୀଙ୍କ ମୁଣ୍ଡକୁ ଆକ୍ରମଣ କରି ସେଠାରୁ ଫେରାର ହୋଇ ଯାଇଥିଲେ। ଯେତେବେଳେ ଯୁବତୀ ବଡ଼ ପାଟିରେ ଚିଲ୍ଲାଇଥିଲେ, ତ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଛାଡ଼ି ସେଠାରୁ ଚାଲି ଯାଇଥିଲେ।

ଏହାପରେ ଯୁବତୀ ଥାନାରେ ପହଞ୍ଚି ଏ ସମ୍ପର୍କରେ ମାମଲା ରୁଜୁ କରାଇଥିଲେ। ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ସିସିଟିଭି କ୍ୟାମେରା ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ତେବେ ଜଣେ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଛନ୍ତି। ଦୁଇ ଅଭିଯୁକ୍ତଙ୍କ ନାମ ଅଭିନାଶ ଓ ସୂରଜ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.