ଜୀବନ ନେଇଗଲା ରିଲ୍ସ ନିଶା, ଯୁବକଙ୍କ ଗଣ୍ଡିରୁ ମୁଣ୍ଡ ହୋଇଗଲା ଅଲଗା

ରିଲ୍ସ ନିଶାରେ ଆଜିକାଲିର ଯୁବପିଢି ବାଇଆ । ସମସ୍ତେ ରିଲ୍ସ କରିବା ପାଇଁ ପାଗଳ ହେଉଛନ୍ତି । ଆଉ ବେଳେ ବେଳେ ରିଲ୍ସ ପାଇଁ ଜୀବନ ମଧ୍ୟ ଚାଲିଯାଉଛି । ଏମିତି ଏକ ଘଟଣା ଆଗ୍ରାରେ ଘଟିଛି । ଯେଉଁଠି ଯୁବକ ଜଣକ ରିଲ୍ସ କରୁଥିବା ବେଳେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଛି ।

ଉତ୍ତରପ୍ରଦେଶର ଆଗ୍ରା ଜଣେ ଯୁବକ ରିଲ୍ସ ଭିଡିଓ ପାଇଁ ସ୍ଲୋ ମୋସନରେ ଏକ ଗୀତରେ ଡ୍ୟାନ୍ସ କରୁଥିଲେ । ଏହି ସମୟରେ ସେ ଗ୍ୟାଲେରୀରେ ତଳେ ଲାଗିଥିବା ଏକ ଲୁହା ଗ୍ରିଲକୁ ଉଠାଇଥିବା ବେଳେ ନିୟନ୍ତ୍ରଣ ବିଗିଡି ଯାଇଥିଲା । ନିୟନ୍ତ୍ରଣ ବିଗିଡିବା ପରେ ଯୁବକ ଜଣକ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

ଏହି ଘଟଣାର ଏକ ଭିଡିଓ ଭାଇରାଲ ହେଉଛି । ୩୫ ସେକେଣ୍ଡର ଏହି ଭାଇରଲ୍ ଭିଡିଓରେ ୫ ଜଣ ଯୁବକଙ୍କୁ ଦେଖିବାକୁ ମିଳିଛି । ଦୁଇ ଜଣ ଯୁବକ ତଳେ ବସିଛନ୍ତି । ଜଣେ ଯୁବକ ଦୋକାନର ସଟର ଖୋଲିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେଠାରେ ଆଉ ଜଣେ ଯୁବକ ଠିଆ ହୋଇ ନାଚୁଛନ୍ତି ।

ଯୁବକ ଜଣକ ଏକ ରିଲ୍ସ ଭିଡିଓ ତିଆରି କରୁଛନ୍ତି । ଏହି ସମୟରେ ସେ ଡ୍ୟାନ୍ସ କରି କରି ସ୍ଲୋ ମୋସନରେ ଆସୁଛନ୍ତି । ହଠାତ୍ ଯୁବକଟି ତଳେ ଥିବା ଲୁହା ଗ୍ରିଲକୁ ଉଠାଉଛନ୍ତି । ଏହାପରେ ତାଙ୍କର ନିୟନ୍ତ୍ରଣ ବିଗିଡି ଯାଇ ସେ ତଳକୁ ଖସି ପଡୁଛନ୍ତି । ସେଠାରେ ଉପସ୍ଥିତ ଥିବା ସମସ୍ତ ଯୁବକ ତାଙ୍କୁ ବଞ୍ଚାଇବାକୁ ଦୌଡୁଛନ୍ତି । ହେଲେ ସେତେବେଳକୁ ଯୁବକଙ୍କ ମୁଣ୍ଡ ଅଲଗା ହୋଇସାରିଛି ।

ସମସ୍ତ ୫ଜଣ ଯୁବକ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଦୋକାନ ଖୋଲିବାକୁ ଆସିଥିଲେ । ମୃତ ଯୁବକଙ୍କ ନାମ ଆସିଫ, ତାଙ୍କ ବୟସ ୨୦ ବର୍ଷ । ସେ ଆବାଦ ନାଗର ପୋଲିସ ଷ୍ଟେସନ ତାଜନଙ୍ଗଞ୍ଜ ଅଞ୍ଚଳର ବାସିନ୍ଦା ।

You might also like