ଆମେରିକାରେ ମାରାତ୍ମକ କରୋନା ୨୪ଘଣ୍ଟାରେ ନେଲା ୨ହଜାରରୁ ଅଧିକ ଜୀବନ! ସାରା ବିଶ୍ୱରେ ୮୨ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଚୀନରୁ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସ୍‌ ଯୋଗୁଁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ଗଲାଣି ୮୨ହଜାରରୁ ଅଧିକଙ୍କ ଜୀବନ। ଏହି ଭାଇରସ୍‌ ଯୋଗୁଁ ୧୪.୩୧ ଲକ୍ଷ ଆକ୍ରାନ୍ତ ହେଲେଣି। ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇ ଫେରିଛନ୍ତି। ସେପଟେ ଆମେରିକାରେ କଲବଲ କରୁଛି କରୋନା। ୨୪ଘଣ୍ଟାରେ ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୧୨ହଜାର ୮୪୧ରେ ପହଞ୍ଚିଛି। ୪ ଲକ୍ଷ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୩୩ହଜାର ୩୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

coronavirusସ୍ପେନ୍‌ରେ ୧.୪୧ ଲକ୍ଷ ଆକ୍ରାନ୍ତ ହୋଇଥିବାବେଳେ ୧୪ହଜାର ୪୫ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲିରେ ୧୭ହଜାର ୧୨୭, ଫ୍ରାନ୍ସରେ ୧୦ହଜାର ୩୨୮, ଚୀନ୍‌ରେ ୩ହଜାର ୩୩୩, ବ୍ରିଟେନ୍‌ରେ ୬ହଜାର ୧୫୯ ଓ ଇରାନ୍‌ରେ ୩ହଜାର ୮୭୨ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.