ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି । ଉତ୍ତର ସିକ୍କିମ୍‌ରେ ବର୍ଷା ତାଣ୍ଡବ ରଚିଛି । ଏଠାରେ ଏବେ ବି ୨୦୦୦ ପର୍ଯ୍ୟଟକ ଫସି ରହିଛନ୍ତି । ଲଗାଣ ବର୍ଷା ଯୋଗୁ ମଙ୍ଗନରୁ ଲାଚୁଙ୍ଗ ପର୍ଯ୍ୟନ୍ତ ଅନେକ ଜାଗାରେ ଭୂସ୍ଖଳନ ହୋଇଛି, ଯାହା ଦ୍ୱାରା ସଡ଼କ ପରିବହନ ପ୍ରଭାବିତ ହୋଇଛି ।

ସିକ୍କିମ୍‌ ପ୍ରଶାସନ ତରଫରୁ ଫସି ରହିଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି । ଏପରି କି, ପର୍ଯ୍ୟଟକମାନଙ୍କୁ ରେସ୍‌କ୍ୟୁ କରିବା ପାଇଁ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରହିଛି । ହେଲେ ପାଣିପାଗ ଖରାପ ଥିବାରୁ ସେମାନଙ୍କୁ ଏୟାରଲିଫ୍ଟ କରିବା ସମ୍ଭବ ହୋଇପାରୁ ନାହିଁ ।

ସୋମବାର ପ୍ରାୟ ୫୦ ପର୍ଯ୍ୟଟକଙ୍କୁ କୌଣସି ପ୍ରକାରେ ଆସ୍ଥାୟୀ ମାର୍ଗ ଦେଇ ଉଦ୍ଧାର କରାଯାଇଥିଲା ଏବଂ ଗ୍ୟାଙ୍ଗ୍‌ଟକ ନିଆଯାଇଥିଲା । ସ୍ଥିତି ଏପରି ରହିଛି ଯେ ଉତ୍ତର ସିକ୍କିମ୍‌ର ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ସାମଗ୍ରୀ ସୁଦ୍ଧା ଠିକ୍‌ ଭାବରେ ପହଞ୍ଚି ପାରୁନାହିଁ ।

You might also like