ଆସିଲା ୨୦୨୦ ଏନସିଆରବି ରିପୋର୍ଟ: ଦେଶରେ ଦିନକୁ ୮୦ ହତ୍ୟା, ୭୭ ଦୁଷ୍କର୍ମ !

ନୂଆଦିଲ୍ଲୀ(କେନ୍ଯୁଜ୍): ଆସିଲା ୨୦୨୦ ଏନସିଆରବି ରିପୋର୍ଟ । ଦେଶରେ ଦିନକୁ ୮୦ ହତ୍ୟା, ୭୭ ଦୁଷ୍କର୍ମ ହେଉଛି । କରୋନା ଓ ଲକଡାଉନ ମଧ୍ୟରେ ଦେଶରେ ଚୋରି , ଡକାୟତି, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ କମିଛି। କିନ୍ତୁ ସରକାରୀ ନିର୍ଦ୍ଦେଶକୁ ଅବଜ୍ଞା କରିବା ମାମଲା ସର୍ବାଧିକ ବଢିଛି। ୨୦୨୦ରେ ଦେଶରେ ମୋଟ ୬୬ଲକ୍ଷ ୧ହଜାର ୨୮୫ ଧର୍ତ୍ତବ୍ୟ ଅପରାଧ ମାମଲା ରହିଛି। ୨୦୧୯ ତୂଳନାରେ ୨୮ ପ୍ରତିଶତ ଅପରାଧ ମାମଲା ବଢିଛି । ଏପଟେ ଦେଶରେ ପ୍ରତିଦିନ ହାରାହାରି ୮୦ ହତ୍ୟା ମାମଲା ରୁଜୁ ହୋଇଛି । ମୋଟ ୨୯ହଜାର ୧୯୩ ଜଣଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ହତ୍ୟା ମାମଲାରେ ଉତ୍ତରପ୍ରଦେଶ ଆଗରେ ରହିଛି ।
ମହିଳାଙ୍କ ପ୍ରତି ସ୍ୱାମୀ ନିର୍ଯ୍ୟାତନାରେ ବି ୟୁପି ଆଗୁଆ ରହିଛି । ପ୍ରତିଦିନ ହାରାହାରି ୭୭ ଦୁଷ୍ମର୍ମ ମାମଲା ରୁଜୁ ହୋଇଛି। ରାଜସ୍ଥାନରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ମଧ୍ୟପ୍ରଦେଶରେ ଶିଶୁଙ୍କ ବିରୋଧରେ ସର୍ବାଧିକ ଅପରାଧ ରହିଛି । ସେହିପରି ଓଡ଼ିଶାରେ ମହିଳା ହିଂସା ବଢିଛି। ଦିନକୁ ଦେଶରେ ୧୦୧୮ ଜଣ ମହିଳା ଅପରାଧର ଶିକାର ହେଉଛନ୍ତି। ଓଡ଼ିଶାରେ ପ୍ରତିଦିନ ୭୦ ଜଣ ମହିଳା ହିଂସାର ଶିକାର ହୋଇଥିବା ଏନସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି। ଓଡିଶାରେ ପ୍ରତି ୧ଲକ୍ଷ ମହିଳାଙ୍କ ମଧ୍ୟରୁ ୧୧୩ଜଣ ଅପରାଧର ଶିକାର ହେଉଛନ୍ତି। ତେବେ ରାଜ୍ୟରେ ଶିଶୁ ବିରୋଧୀ ହିଂସା ଅପହରଣ ଆଦି କମିବାରେ ଲାଗିଛି ।