ଖରାପରୁ ଅତି ଖରାପ ହୋଇପାରେ ସ୍ଥିତି, ୨୦୨୧ରେ ଦେଖାଦେବ ଖାଦ୍ଯ ସଂକଟ: ଚେତାବନୀ ଦେଲା ବିଶ୍ବ ଖାଦ୍ଯ ସଂଗଠନ

ଏବେ ବିଶ୍ବ କେବଳ କରୋନା ମହାମାରୀ ଜନିତ ଅସୁବିଧା ଦେଇ ଗତି କରୁନାହିଁ। ଏହି ମହାମାରୀ ପାଇଁ ବିଶ୍ବରେ ଆସନ୍ତାବର୍ଷ ଅର୍ଥାତ୍ ୨୦୨୧ରେ ବଡ ଦୁର୍ଭିକ୍ଷ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି। ଏଭଳି ପୂର୍ବାନୁମାନ କରିଛି ବିଶ୍ବ ଖାଦ୍ୟ ସଂଗଠନ। ଚଳିତବର୍ଷ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏହି ସଂସ୍ଥା ମୁଖ୍ୟ ଡେଭିଡ୍ ବିସଲିଙ୍କ ଦ୍ବାରା କରାଯାଇଥିବା ଏଭଳି ଆକଳନ ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି।

ବିଶ୍ବ ଖାଦ୍ଯ ସଂଗଠନର ପ୍ରମୁଖ ଡେଭିଡ ବିସଲିଙ୍କ ଅନୁଯାୟୀ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ନିକଟରେ ଏହି ବାର୍ତ୍ତାକୁ ପହଞ୍ଚାଇ ସେମାନଙ୍କୁ ସତର୍କ କରାଯିବ ବୋଲି ସେ କହିଛନ୍ତି। ଏହାର ମୁକାବିଲା ପାଇଁ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତାହେଲେ ବିଶ୍ବକୁ ଭୟଙ୍କର କ୍ଷୁଧା ବା ଦୁର୍ଭିକ୍ଷକୁ ସାମ୍ନା କରିବାକୁ ପଡ଼ିପାରେ ବୋଲି ସେ କହିଥିଲେ।

wfp

୨୦୨୦ ମସିହାର ସମସ୍ୟାକୁ ଆମେ ଏଡ଼ାଇ ଦେଇପାରିଛେ। କାରଣ ବିଶ୍ବର ନେତୃବୃନ୍ଦ ଏବଂ ସରକାରମାନେ ଅର୍ଥ, ପ୍ୟାକେଜ ଆଦି ପ୍ରଦାନ, ଋଣ ପରିଶୋଧକୁ ଘୁଞ୍ଚାଇବା ଆଦି ପଦକ୍ଷେପମାନ ଗ୍ରହଣ କରି ଏହାକୁ ଏଡ଼ାଇ ଦେଇପାରିଲେ। ବିସଲି କହିଛନ୍ତି, ଏବେ କିନ୍ତୁ କୋଭିଡ-୧୯ ପୁନର୍ବାର ବଢ଼ିବାରେ ଲାଗିଛି। ବିଶ୍ବ ଅର୍ଥନୀତିର ସ୍ଥିତି ଖରାପ ହେବାରେ ଲାଗିଛି।

food

ଚଳିତବର୍ଷ ଏପ୍ରିଲରେ ବିସଲି କହିଥିଲେ ୧୩.୫ କୋଟି ଲୋକ କ୍ଷୁଧାର ସମ୍ମୁଖୀନ ହୋଇଛନ୍ତି। କୋଭିଡ-୧୯ ଯୋଗୁଁ ଚଳିତ ବର୍ଷ ଶେଷ ସୁଦ୍ଧା ଅଧିକ ୧୩ କୋଟି ଲୋକ ଉତ୍କଟ କ୍ଷୁଧାର ସମ୍ମୁଖୀନ ହେବେ। ୨୦୨୦ର ଦୁର୍ଭିକ୍ଷକୁ ଏଡ଼ାଇ ଦିଆଯାଇଥିଲେ ମଧ୍ୟ ଆଗାମୀ ଦିନରେ ୨୭ କୋଟି ଲୋକ କ୍ଷୁଧାର ସାମ୍ନା କରିବାକୁ ଯାଉଛନ୍ତି। ଆମ ନିକଟରେ ଯଦି ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ ନହୁଏ ତାହେଲେ ବିଶ୍ବରେ ପାଖାପାଖି ୩୬ଟି ଦେଶ ଦୁର୍ଭିକ୍ଷର ସମ୍ମୁଖୀନ ହେବେ ବୋଲି ବିସ୍ଲି ସତର୍କ କରାଇ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.