ହିଟ୍ ଲିଷ୍ଟରେ ୨୧ ଆତଙ୍କବାଦୀ: ନିପାତ ପାଇଁ ସୁରକ୍ଷା କର୍ମୀଙ୍କ ବଡ଼ ଅପରେସନ୍ ଆରମ୍ଭ

ନୂଆଦିଲ୍ଲୀ : ଏବେ ସୁରକ୍ଷା କର୍ମୀଙ୍କ ହିଟ୍ ଲିଷ୍ଟରେ ୨୧ ଟପ୍ ଆତଙ୍କବାଦୀ ରହିଛନ୍ତି । ଜମ୍ମୁ-କାଶ୍ମୀର ଇସଲାମିକ୍ ଷ୍ଟେଟ୍ସର ମୁଖ୍ୟ ଦାଉଦ ଅହମ୍ମଦ ସଲାଫି ଏବଂ ତାର ତିନ ଜଣ ସହଯୋଗୀ ଗତକାଲି ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହେବା ପରେ ଏହି ୨୧ ଜଣ ଆତଙ୍କବାଦୀ ହିଟ୍ ଲିଷ୍ଟକୁ ଆସିଛନ୍ତି । ଦାଉଦ ଅହମ୍ମଦ ଭାରତ ତଥା ବିଦେଶର ବହୁ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା।

ଜମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଜାରି ହେବା ପରେ ଗତକାଲିର ଏନକାଉଣ୍ଟରକୁ ସୁରକ୍ଷା କର୍ମୀଙ୍କ ବଡ ଧରଣର ସଫଳତା ବୋଲି କୁହାଯାଉଛି । ଏହି ୨୧ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷା କର୍ମୀଙ୍କ ବଡ଼ ଅପରେସନ୍ ଆରମ୍ଭ ହୋଇଛି । ଏଥିରେ ସେନା ସହ ସାମିଲ ହୋଇଛନ୍ତି ଏନଏସଜି କମାଣ୍ଡୋ । ଏହି ୨୧ ଜଣଙ୍କ ମଧ୍ୟରୁ ହିଜବୁଲ ମୁଜାହିଦ୍ଦିନର ୧୧ଜଣ, ଲସ୍କର-ଇ-ତୋଏବାର ୭ ଜଣ, ଜୈସ-ଇ-ମହମ୍ମଦର ଦୁଇଜଣ ଏବଂ ଘାଜଓ୍ଵାତ ଉଲ-ହିନ୍ଦ ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କବାଦୀ ଅଛି । ଏମାନେ ବହୁ ଆକ୍ରମଣରେ ସାମିଲ ଅଛନ୍ତି ଏବଂ ଅନେକ ଅଞ୍ଚଳକୁ ନିୟନ୍ତ୍ରଣରେ ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.