‘ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୫’ରେ ଭାରତର ୨୨ ଶିକ୍ଷାନୁଷ୍ଠାନ, IIT ଦିଲ୍ଲୀ କଲା ଟପ୍
କ୍ଵାକ୍ୱେରେଲି ସାଇମଣ୍ଡସ୍ (QS) ୱେବସାଇଟ୍ ‘ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍: ଏସିଆ ୨୦୨୫’ର ତାଲିକା ପ୍ରକାଶ କରିଛି । QS ଦ୍ୱାରା ଜାରି ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ୯୮୪ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ମୋଟ ୨୨ଟି ଶିକ୍ଷାନୁଷ୍ଠାନ ରହିଛି । ଏସିଆର ଶ୍ରେଷ୍ଠ ୧୦୦ରେ ଭାରତର ୬ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି । ସାଉଥ୍ ଏସିଆ ରାଙ୍କିଙ୍ଗରେ IIT ବମ୍ବେକୁ ପଛରେ ପକାଇ IIT ଦିଲ୍ଲୀ ପ୍ରଥମ ରାଙ୍କ ହାସଲ କରିଛି ।
ସମଗ୍ର ଏସିଆରେ ଭାରତର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ଦିଲ୍ଲୀ (IITD) ୪୪ତମ ସ୍ଥାନ ହାସଲ କରିଛି । IIT ବମ୍ବେ ୪୮ତମ ସ୍ଥାନରେ ରହିଛି । ଏହାପରେ IIT ମାଡ୍ରାସ ୫୬ତମ ସ୍ଥାନ ଅକ୍ତିଆର କରିଛି । ତାଲିକାରେ ସାମିଲ ହୋଇଥିବା ଏହା ହେଉଛି ଦେଶର ଶ୍ରେଷ୍ଠ ୩ ବିଶ୍ୱବିଦ୍ୟାଳୟ । ତାଲିକାର ୬୦ତମ ରାଙ୍କରେ IIT ଖଡ଼ଗପୁର ଥିବା ବେଳେ ୬୨ତମ ରାଙ୍କ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସେସ୍ ବେଙ୍ଗାଲୁରୁ (IISc)କୁ ମିଳିଛି । IIT କାନପୁର ୬୭ତମ ରାଙ୍କ ପାଇଛି ।
ଦକ୍ଷିଣ ଏସିଆ କାଟାଗୋରିରେ ଭାରତ ଏବଂ ପାକିସ୍ତାନର ବିଶ୍ୱବିଦ୍ୟାଳୟ ରହିଛି । IIT ଦିଲ୍ଲୀ ୩୦୮ ବିଶ୍ୱବିଦ୍ୟାଳୟ ମଧ୍ୟରେ ଟପ୍ ରାଙ୍କ ହାସଲ କରିଛି । ଏହି କାଟାଗୋରିରେ ଟପ୍ ୧୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ୭ ଭାରତୀୟ ବିଶ୍ୱବିଦ୍ୟାଳୟ ରହିଛି । ଇସଲାମାବାଦର ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (NUST) ଦକ୍ଷିଣ ଏସିଆ କାଟାଗୋରିରେ IIT କାନପୁର ସହିତ ଷଷ୍ଠତମ ସ୍ଥାନ ସେୟାର କରିଛି ।