ପ୍ରଧାନମନ୍ତ୍ରୀଙ୍କୁ ଜଣେ ମା’ର ଗୁହାରି: ଜର୍ମାନୀ ସରକାରଙ୍କ କଷ୍ଟଡିରେ ଥିବା ୨୨ ମାସର ଶିଶୁକୁ ଫେରାଇ ଆଣିବାକୁ କଲେ ନିବେଦନ

କେନ୍ୟୁଜ୍‌ ବ୍ୟୁରୋ: ମୋ ଝିଅକୁ ଫେରେଇ ଦିଅ ‘ମୋଦି ଜୀ’ । ଏମିତି ଗୁହାରି କରୁଛନ୍ତି ଜଣେ ମା । ବାହୁନି ବାହୁନି କାନ୍ଦୁଛନ୍ତି ଏବଂ କହୁଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋର ଶେଷ ଭରସା । ହଁ ଆଜ୍ଞା ମାତ୍ର ୨୨ ମାସର ଶିଶୁ କନ୍ୟାଟିଏ ମା,ବାପାଙ୍କୁ ଛାଡ଼ି ୧୪ ମସେ ହେଲା ଜର୍ମାନୀରେ ରହୁଛି । ଜର୍ମାନୀ ସରକାର ସେହି ଶିଶୁଟିକୁ ନିଜ ହେପାଜତକୁ ନେଇ ଯାଇଛନ୍ତି । ଶିଶୁଟିର ବାପା-ମା ଭାରତରେ ଥିବା ବେଳେ ଶିଶୁଟି ଜର୍ମାନୀରେ ଅଛି । ସେହି ଶିଶୁଟିର ନାଁ ହେଉଛି ଅରିହା ତାର ମାଙ୍କ ନାମ ଧାରା ଶାହା ।

ସୂଚନା ଅନୁସାରେ ଅରିହାର ବାପା, ମା ଜର୍ମାନୀରେ ରହୁଥିଲେ ଏବଂ ବାପା ଓ୍ଵାର୍କ ଭିସାରେ ଇଂଜିନିୟର ଭାବରେ କାମ କରୁଥିଲେ ।ଏବେ ଗୁଜରାଟରେ ବିଜେପି ଅଫିସ ଆଗରେ ମା’ ଧାରା ଶାହା ଧାରଣା ଦେଇଛନ୍ତି । ତାଙ୍କ କହିବା କଥା ନରେନ୍ଦ୍ର ମୋଦି ଏହି ଘଟଣାରେ ହସ୍ତକ୍ଷେପ କରି ମୋ ଝିଅକୁ ଫେରେଇ ଦିଅନ୍ତୁ । ମୋଦିଙ୍କ ଛଡ଼ା ମୋତେ ଆଉ କେହି ସାହାଯ୍ୟ କରି ପାରିବେ ନାହିଁ । ଅରିହାଙ୍କ ବାପା, ମା ନିଜ ଝିଅକୁ ହେପାଜତକୁ ଆଣିବା ପାଇଁ ଜର୍ମାନୀ ସରକାରଙ୍କ ସହିତ ଆଇନଗତ ଲଢ଼େଇ ଲଢ଼ୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଆଇନ କାନୁନର ଏହି ଯୁଦ୍ଧ କେତେ ବର୍ଷ ଲାଗିବ କିଏ କହିବ । ତେଣୁ ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶେଷ ଭରସା କରିଛନ୍ତି । ଧାରାଙ୍କ କହିବା କଥା ଏବେ ତାଙ୍କ ଝିଅ ଜଣେ ଖ୍ରୀଷ୍ଟିଆନ ପରିବାର ପାଖରେ ରହୁଛି ଏବଂ ଜର୍ମାନ ଭାଷା ବି କହିବା ଆରମ୍ଭ କରିଦେଲାଣି । ଶେଷରେ ଧାରା କହିଛନ୍ତି, ଯେ ପର୍ଯ୍ୟନ୍ତ ମୋ କଥା ମୋଦି ଜୀ ଣୁଣି ନାହାଁନ୍ତି ସେ ପର୍ଯ୍ୟନ୍ତ ସେ ଧାରାଣାରୁ ଉଠିବେନି ।

ଅରିହାକୁ ଜର୍ମାନ ସରକାର କାହିଁକି କଷ୍ଟୋଡିକୁ ନେଲେ ?
ରିପୋର୍ଟ ଅନୁସାରେ ଅରିହାର ବାପା,ମା ଜର୍ମାନରେ ଥିବା ବେଳେ କୌଣସି କାରଣରୁ ପିଲାଟି ଏକ ଛୋଟିଆ ଦୁର୍ଘଟଣାରେ ଶିକାର ହୋଇଥିଲା । ତା ପରେ ଜର୍ମାନ ପୋଲିସ ଅରିହାର ବାପା, ମା’ଙ୍କୁ ଯୌନ ନିର୍ଯାତନା ଦେଇଥିବା ଦର୍ଶାଇ ପିଲାଟିକୁ କଷ୍ଟୋଡିକୁ ନେଇ ଯାଇଥିଲେ ।

Leave A Reply

Your email address will not be published.