ପାକିସ୍ତାନ: ଗଭୀର ଖାଇକୁ ଗଳି ପଡିଲା ଭ୍ୟାନ୍ , ୨୨ ଜଣ ମୃତ

ପାକିସ୍ତାନର ବଲୁଚୀସ୍ତାନରେ ବୁଧବାର ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ ଯାତ୍ରୀ ପୂର୍ଣ୍ଣ ଭ୍ୟାନ୍ ଖାଇରେ ପଡିବାରୁ ୨୨  ଜଣଙ୍କ ମୃତ୍ୟୁ ହୋଇଛି । କହିରଖିବା ଉଚିତ ହେବକି ଏହି ଦୁର୍ଘଟଣା ଭୋର ସମୟରେ ଘଟିଛି । ଭ୍ୟାନ୍ ଟି ସ୍ୱେଫୁଲ୍ଲାହସ୍ଥିତ ଗହରିଆ ଖାଇ ଭିତରେ ଗଳି ପଡିଥିଲା । ଏହି ସମୟରେ ଭ୍ୟାନ୍ରେ ୨୩ ଜଣ ଯାତ୍ରୀ ଉପସ୍ଥିତ ଥିଲେ । ଦୁର୍ଘଟଣାରେ ୨୨  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟେ ଛୋଟ ଛୁଆ ଗଭୀର ଆହତ ହୋଇଛି । ସମସ୍ତ ମୃତ ଦେହକୁ ଉଦ୍ଧାର କରାଯାଇଛି । ଆହତ ହୋଇଥିବା ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଅନ୍ୟପକ୍ଷରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱାଲ ଭୁଟୋ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପୀଡିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.