ଏୟାରପୋର୍ଟରେ ମହିଳା ଖୋଳିଦେଲେ ବ୍ୟାଗ୍, ଚଟାଣରେ ସଲସଲ୍ ହେଲେ ୨୨ଟି ସାପ: ଭିଡିଓ ଭାଇରଲ
ବିମାନରେ ଯାତ୍ରା କରୁଥିବା ମହିଳାଙ୍କ ବ୍ୟାଗରେ ୨୨ ସାପ । ଚେନ୍ନାଇ ଏୟାରପୋର୍ଟରେ ମାଲେସିଆରୁ ଫେରିଥିବା ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ବିଭିନ୍ନ ପ୍ରଜାତିର ୨୨ଟି ସାପ । ସାପ ମିଳିବା ପରେ ମହିଳାଙ୍କୁ ଗିରଫ କରାଯାଇଛି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ଏୟାରପୋର୍ଟରେ ବ୍ୟାଗ୍ ଖୋଲିଦେଲେ ମହିଳା । ଆଉ ତା’ ପରେ ଯାହା ଘଟିଲା ଆପଣ ଦେଖିଲେ ନିଶ୍ଚିତ ଭୟ କରିବେ । ଚେନ୍ନାଇ ଏୟାରପୋର୍ଟରେ ମହିଳା ଜଣକ ଚେକିଂ ପାଇଁ ବ୍ୟାଗ୍ ଖୋଲିଦେଲା ବେଳକୁ ସେଥିରୁ ୨୨ଟି ସାପ ବାହାରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଆଉ ସେହି ମହିଳାଙ୍କୁ ପୋଲିସ ଗିରଫ କରିଛି ।
ଶୁକ୍ରବାର ଦିନ ଚେନ୍ନାଇ ଏୟାରପୋର୍ଟରେ କଷ୍ଟମ ବିଭାଗର ଅଧିକାରୀ ମାଲେସିଆରୁ ଆସିଥିବା ଜଣେ ମହିଳାଙ୍କ ବ୍ୟାଗ୍ ଖୋଲିଥିଲେ । ବ୍ୟାଗ୍ ଖୋଲିବା ମାତ୍ରେ ସେଥିରୁ ୨୨ଟି ପ୍ରକାରର ସାପ ବାହାରି ଏୟାରପୋର୍ଟରେ ଚାଲିବାକୁ ଲାଗିଥିଲେ । ମହିଳା ଜଣକ ଏକ ପ୍ଲାଷ୍ଟିକ ବ୍ୟାଗରେ ଏହାକୁ ଭର୍ତ୍ତି କରି ଆଣିଥିଲେ ।ସାପଗୁଡିକ ଚଟାଣରେ ଚାରିଆଡେ ବୁଲିବାକୁ ଲାଗିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
On 28.04.23, a female pax who arrived from Kuala Lumpur by Flight No. AK13 was intercepted by Customs.
On examination of her checked-in baggage, 22 Snakes of various species and a Chameleon were found & seized under the Customs Act, 1962 r/w Wildlife Protection act, 1972 pic.twitter.com/uP5zSYyrLS— Chennai Customs (@ChennaiCustoms) April 29, 2023
ବିମାନ ବନ୍ଦରରେ କଷ୍ଟମ ବିଭାଗ ଦ୍ୱାରା ଶୁକ୍ରବାର ଦିନ ଫ୍ଲାଇଟ ନଂ ୧୧୩ କ୍ୱାଲାଲମ୍ପୁରରୁ ଆସିଥିବା ଜଣେ ମହିଳାଙ୍କୁ କଷ୍ଟମ ବିଭାଗ ଅଧିକାରୀ ଅଟକାଇଥିଲେ । ତାଙ୍କ ଜିନିଷ ଯାଞ୍ଚ କରିବା ସମୟରେ ତାଙ୍କ ବ୍ୟାଗରୁ ୨୨ଟି ସାପ ଏବଂ ଏକ ଏଣ୍ଡୁଅ ମିଳିଥିଲା । ସୀମା ଶୁଳ୍କ ଅଧିନିୟମ ୧୯୬୨ ଅନୁସାରେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁଯାୟୀ ଏଗୁଡିକୁ ଜବତ କରାଯିବା ପରେ ମହିଳାଙ୍କୁ ଗିରଫ କରାଯାଇଥିଲା ।
#Watch | Snakes Slither Out Of Woman’s Luggage In Chennai Airport https://t.co/V6VWg6e3gb pic.twitter.com/vXCilrxJ2g
— NDTV News feed (@ndtvfeed) April 29, 2023