ରେକର୍ଡ ଭାଙ୍ଗୁଛି ତାତି: ପ୍ରବଳ ଉତ୍ତାପ ଯୋଗୁଁ ୨୨୭ ଜଣଙ୍କ ମୃତ୍ୟୁ

ଏପଟେ ଆମ ଦେଶ ଭାରତ ଉପରେ ନଜର ପକାଇଲେ ଦେଖିବାକୁ ମିଳିଛି ସାଙ୍ଘାତିକ ସ୍ଥିତି । ପଞ୍ଜାବର ଫରିଦକୋଟ ଏବଂ ରାଜସ୍ଥାନର ଶ୍ରୀଗଙ୍ଗାନଗର ଦେଶର ସବୁଠାରୁ ଉତ୍ତପ୍ତ ସହର ଥିଲା । ଏଠାରେ ସର୍ବାଧିକ ତାପମାତ୍ରା ୪୮.୩ ଡିଗ୍ରୀ ରହିଥିଲା । ୟୁପିର ବୁଲନ୍ଦସହରରେ ତାପମାତ୍ରା ୪୮ ଡିଗ୍ରୀ ରହିଥିଲା । ଏଥି ସହିତ ନୂଆଦିଲ୍ଲୀରେ ୪୫.୬ ଡିଗ୍ରୀ ସେଲସିୟସ୍ ଏବଂ ନୋଏଡାରେ ୪୭.୩ ଡିଗ୍ରୀ ସେଲସିୟସ୍ ଥିବା ରେକର୍ଡ କରାଯାଇଥିଲା ।

ତେବେ ଯାହା ସୂଚନା ମିଳିଛି କି, ଗତକାଲି ଅର୍ଥାତ୍ ଗୁରୁବାର ଦିନ ପ୍ରବଳ ଉତ୍ତାପ ଯୋଗୁଁ ୨୨୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ ୟୁପିରେ ସର୍ବାଧିକ ୧୬୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ବିହାରରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି । ଔରଙ୍ଗାବାଦ ଜିଲ୍ଲାରେ ସର୍ବାଧିକ ୨୦ ଜଣଙ୍କ ମୃତ୍ୟୁ ହୋଇଛି ।

ଏପଟେ ଦିଲ୍ଲୀରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁବରଣ କରିଥିବା ଶ୍ରମିକଙ୍କର ୧୦୭ ଡିଗ୍ରୀ ଜ୍ୱର ହୋଇଥିଲା । ହରିୟାଣାରେ ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୟୁପିରେ ସର୍ବାଧିକ ୭୨ ମୃତ୍ୟୁ ବାରାଣାସୀ ଏବଂ ଏହାର ଆଖପାଖ ଜିଲ୍ଲାରେ ଘଟିଛି । ବୁନ୍ଦେଲଖଣ୍ଡ ଏବଂ କାନପୁର ଅଞ୍ଚଳରେ ୪୭ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଭାରତରେ ୧୯୦୦ ମସିହା ତୁଳନାରେ ବାର୍ଷିକ ହାରାହାରି ତାପମାତ୍ରା ପ୍ରାୟ ୦.୭ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି ।

ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଉତ୍ତାପ ରେକର୍ଡ ଭାଙ୍ଗୁଛି:

ତେବେ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଉତ୍ତାପ ରେକର୍ଡ ଭାଙ୍ଗୁଛି । ବ୍ରିଟେନର ତାପମାତ୍ରା ଜୁଲାଇ ୨୦୨୨ ରେ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିଲା । ଉତ୍ତର-ପଶ୍ଚିମ ଚାଇନାର ଏକ ଛୋଟ ସହରରେ ଗତ ବର୍ଷ ତାପମାତ୍ରା ୫୨ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା, ଯାହା ସେହି ଦେଶ ପାଇଁ ସର୍ବାଧିକ ରେକର୍ଡ ହୋଇଥିଲା । ୨୦୨୧ ମସିହାରେ, ଇଟାଲୀର ସିସିଲିରେ ୪୮.୮ ଡିଗ୍ରୀରେ ପହଞ୍ଚିଥିଲା, ଯାହା ୟୁରୋପରେ ସର୍ବାଧିକ ଥିଲା ।

ଏଗୁଡ଼ିକ ତ କେବଳ କିଛି ଉଦାହରଣ । ଗତ ବର୍ଷ ଜଳବାୟୁ ପରିବର୍ତ୍ତନ ଉପରେ ଧ୍ୟାନ ଦେଇ ବ୍ରିଟେନ ଭିତ୍ତିକ ଏକ ପ୍ରକାଶନରୁ ଜଣାପଡିଛି ଯେ ପୃଥିବୀ ପୃଷ୍ଠର ପ୍ରାୟ ୪୦ ପ୍ରତିଶତ ଭାଗରୁ ୨୦୧୩ ରୁ ୨୦୨୩ ମଧ୍ୟରେ ଦୈନିକ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ଅବଶ୍ୟ, ପୃଥିବୀରେ ରେକର୍ଡ ହୋଇଥିବା ସର୍ବୋଚ୍ଚ ତାପମାତ୍ରା ଆମେରିକାର କାଲିଫର୍ନିଆର ମରୁଭୂମିରେ ଡେଥ୍ ଭ୍ୟାଲି ନାମକ ଏକ ସ୍ଥାନରେ ହୋଇଥିଲା । ଯାହା ୫୬.୭ ଡିଗ୍ରୀ ସେଲସିୟସ୍ ରହିଥିଲା । ଯାହାକି ୧୧୧ ବର୍ଷ ପୂର୍ବେ ୧୯୧୩ ମସିହାରେ ରେକର୍ଡ କରାଯାଇଥିଲା ।

You might also like