ଆୟରଲ୍ୟାଣ୍ଡରେ ରହୁଥିବା ଡେଭ୍ ଏଡ୍ଓ୍ଵାର୍ଡସ ନାମକ ବ୍ୟକ୍ତି ୨୯ ସେପ୍ଟେମ୍ବରରେ ୱେଷ୍ଟ୍ କର୍କ ଚାର୍ଟସକୁ ମାଛ ଧରିବାକୁ ଯାଇଥିଲେ। ସାଥିରେ ତାଙ୍କର ଜଣେ ସାଙ୍ଗ ମଧ୍ୟ ଥିଲେ। ବହୁତ ସମୟ ଯାଏ ଦୁହେଁ ସମୁଦ୍ରରୁ ମାଛ ଧରିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ଦୁଇଜଣଙ୍କ ହାତରେ କିଛି ବି ଲାଗୁ ନ ଥିଲା। ଫଳରେ ନିରାଶ ହୋଇ ଦୁହେଁ ଫେରିଆସିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତେବେଳେ ଜାଲରେ କିଛି ଗୋଟିଏ ଫସିଯାଇଥିଲା। ଯେତେବେଳେ ସେମାନେ ଜାଲଟିକୁ ବାହାର କରିଥିଲେ, ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ, ସେମାନଙ୍କ ହାତରେ ବ୍ଲୁଫିନ୍ ଟୁନା ମାଛ ଲାଗିଥିଲା।
ଖବର ମୁତାବକ, ଡେଭ୍ଙ୍କ ଜାଲରେ ୮.୫ ଫୁଟ ଲମ୍ବାର ଏକ ବ୍ଲୁଫିନ୍ ଫସିଥିଲା। ଏହି ମାଛ ଖୁବ୍ ମହଙ୍ଗା ଅଟେ। ଛୋଟ ଟୁନାର ଦାମ୍ ୫୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ହୋଇଥାଏ। ଯେଉଁ ମାଛ ଡେଭ୍ଙ୍କ ଜାଲରେ ଫସିଥିଲା, ତା’ର ଓଜନ ଥିଲା ୨୭୦ କିଲୋ। ଆଉ ଦାମ୍ ଥିଲା ୨୩ କୋଟି ଟଙ୍କା। ଡେଭ୍ ଓ ତାଙ୍କ ସାଙ୍ଗ ମାଛକୁ ଦେଖି ବହୁତ ଖୁସି ହୋଇଯାଇଥିଲେ। ଯଦି ଦୁଇଜଣ ସେହି ମାଛକୁ ବିକ୍ରି କରିଦେଇଥାଆନ୍ତେ, ତେବେ ସେମାନେ କୋଟିପତି ବନିଯାଇଥାଆନ୍ତେ। କିନ୍ତୁ ଦୁହେଁ ମାଛକୁ ଜାଲରୁ ମୁକ୍ତ କରି ପୁଣି ସମୁଦ୍ରରେ ଛାଡ଼ିଦେଇଥିଲେ। ଡେଭ୍ ମାଛକୁ ମୁକ୍ତ କରିବାର କାରଣ ଜଣାଇ କହିଥିଲେ, ମାଛକୁ ସେମାନେ କମର୍ସିଆଲ୍ ବ୍ୟବହାର ପାଇଁ ଧରି ନ ଥିଲେ। ଏଥିପାଇଁ ସେମାନେ ମାଛକୁ ପାଣିରେ ଛାଡ଼ିଦେଲେ।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…