ଦୀପାବଳିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ୨୮ ଅକ୍ଟୋବରରୁ ୨୪ ଘଣ୍ଟା ପାଇଁ ମିଳିବ ବିଜୁଳି ସେବା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପାଳବିକୁ ନେଇ ଅଧିକାରୀମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ଏନେଇ ସେ ରାଜ୍ୟର ବିଭାଗୀୟ ଅଧିକାରୀଙ୍କୁ ଉତ୍ସବ ସମୟରେ ବିଦ୍ୟୁତ୍ କାଟ୍ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ସତର୍କତା ବୃଦ୍ଧି କରିବା ପାଇଁ କହିଛନ୍ତି ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି, ଆଗାକୁ ଧନତେରାସ, ଅଯୋଧ୍ୟାରେ ଦୀପୋତ୍ସବ, ଦୀପାବଳି, ଗୋର୍ବଦ୍ଧନ ପୂଜା, ଭାଇ ଦୁଜ, ଦେବୋଥାନ ଏକାଦଶୀ, ବାରଣାସୀରେ ଦେବ ଦୀପାବଳି ଭଳି ପର୍ବ ରହିଛି ।
ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବିଭାଗୀୟ କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ କରିଥିଲେ । ଆସନ୍ତା ଅକ୍ଟୋବର ୨୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ରାଜ୍ୟରେ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
दीपावली, धनतेरस, छठ पूजा आदि त्योहारों के दृष्टिगत प्रदेश में आगामी 28 अक्टूबर से 15 नवंबर तक 24 घंटे बिजली की आपूर्ति सुनिश्चित करने के निर्देश दिए हैं।
पुलिस प्रशासन को स्पष्ट निर्देश है कि सभी पर्व-त्योहारों के दौरान कानून-व्यवस्था को सुचारू बनाए रखें, अराजक तत्वों से सख्ती…
— Yogi Adityanath (@myogiadityanath) October 24, 2024
ମୁଖ୍ୟମନ୍ତ୍ରୀ କହିଛନ୍ତି, ସେହିଭଳି ଆସନ୍ତା ପର୍ବଗୁଡ଼ିକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ନିରୀକ୍ଷଣକୁ ତ୍ୱରାନ୍ୱିତ କରାଯିବା ଉଚିତ । ଏହା ବ୍ୟତୀତ ସେ ପରିବହନ ବିଭାଗକୁ ଗ୍ରାମୀଣ ମାର୍ଗରେ ବସଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପୋଲିସକୁ ଆଲର୍ଟ ରହିବାକୁ କହିଛନ୍ତି ଯୋଗୀ ।
ତେବେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପ୍ରଥମ ଦୀପାବଳି ପାଳନ କରାଯିବ । ଏହାକୁ ଦିବ୍ୟ ଏବଂ ଭବ୍ୟ ଭାବେ ପାଳନ କରାଯିବ । ଏଥର ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ଅଧିକ ରହିବ । ବାରଣାସୀରେ ୧୫ ନଭେମ୍ବରକୁ ଦେବ ଦୀପାବଳି ପାଳନ କରାଯିବ । ତେଣୁ ସୁରକ୍ଷା ଦୃଷ୍ଟିରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ମୁଖମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।