ଦେଶ ବିଦେଶ

ସାଉଥ ଆଫ୍ରିକାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌, ୨୪ ମୃତ

ସାଉଥ ଆଫ୍ରିକାର ରାଜଧାନୀ ଜୋହାନ୍ସବର୍ଗ ଝୁଗୀ ବସ୍ତିରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ହୋଇଛି ।। ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ରହିଛନ୍ତି। ଘଟଣାଟି ବୁଧବାର ରାତିରେ ଘଟିଛି ।
ସୂଚନା ମୁତାବକ, ଜୋହାନ୍ସବର୍ଗର ପୂର୍ବ ପ୍ରାନ୍ତରେ ଥିବା ବୋକ୍ସବର୍ଗର ଏଞ୍ଜୋଲା ଠାରେ ଏକ ବସ୍ତି ରହିଛି । ଏଠାରେ ବେଆଇନ ଖଣି ଖୋଳିବା ପାଇଁ ବ୍ୟବହାର କରାଯାଉଥିବା ଗ୍ୟାସ୍ ସିଲିଣ୍ଡ ରରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ସ୍ଥାନୀୟ ବସ୍ତିବାସିନ୍ଦା ଆସି ଏଭଳି ଦୁର୍ଘଟଣା ଘଟିଛି ।

ଜରୁରିକାଳୀନ ସେବାର ମୁଖପାତ୍ର ଓ୍ଵିଲିୟମ ଏନଟଲେଡି କହିଛନ୍ତି, ବୁଧବାର ରାତିରେ ଘଟିଥିବା ଖବର ପାଇ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ଘଟିଛି।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରୁ ୪ ଜଣ ଅବସ୍ଥା ସଙ୍କଟାପନ୍ନ ରହିଛି। ୧୧ ଜଣ ଗୁରୁତର ଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ମୃତ ୨୪ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଛୋଟ ପିଲା ରହିଛନ୍ତି ।
ସନ୍ଧ୍ୟା ପ୍ରାୟ ୮ଟା ବେଳେ ପ୍ରଥମେ ଗ୍ୟାସ୍ ବିସ୍ଫୋରଣର ଖବର ମିଳିଥିଲା। କିନ୍ତୁ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ବିସ୍ଫୋରଣ ନୁହେଁ, ବରଂ ଗୋଟିଏ ସିଲିଣ୍ଡର୍ରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡ଼ିଥିଲା।

ତେବେ ପ୍ରାଥମିକ ଯାଞ୍ଚରୁ ଜଣାପଡିଥିଲା କି, ବେଆଇନ ଖଣି ଖୋଳିବା ପାଇଁ ଗ୍ୟାସ୍‌ ବ୍ୟବହାର କରାଯାଉଛି । ସାଉଥ ଆଫ୍ରିକାରେ ହଜାର ହଜାର ଅବୈଧ ଖଣି ଖନନ ଚାଲିଛି । ଏଠାରେ ବେରୋଜଗାର ୩୨ ପ୍ରତିଶତ ରହିଛି । ଖଣିରେ ସୁନା ଖୋଜିବା ପାଇଁ ଏଭଳି ଖନନ କାର୍ଯ୍ୟ ବାରମ୍ବାର ହେଉଛି । ସାଉଥ ଆଫ୍ରିକା ଏକ କର୍ମସିଆଲ ଅଞ୍‌ଚଳ । ଆଉ ୧୮୮୦ରୁ ଏଠାରେ ବେଆଇନ ଖଣି ଖନନ ଚାଲିଛି ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

4 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

6 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

6 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

6 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

7 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

8 hours ago