ସାଧରଣତନ୍ତ୍ର ଦିବସରେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୪ ଜଣ ମାଓବାଦୀ

ଛତିଶଗଡ଼(କେ ନ୍ୟୁଜ): ପୋଲିସ ନିକଟରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ। ଛତିଶଗଡ଼ର ଦନ୍ତେୱାଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସାଧରଣତନ୍ତ୍ର ଦିବସରେ ପୋଲିସ ନିକଟରେ ଆତ୍ମସମର୍ପଣ ଏହ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ଏହି ସଫଳତା ନେଇ ଦନ୍ତେୱାଡା ଏସପି ଅଭିଷେକ ପଲ୍ଲବ ଖୁସି ମନାଇ ମାଓବାଦୀଙ୍କ ସହ ନାଚିଥିବାର ଲକ୍ଷ କରାଯାଇଥିଲା । ଦନ୍ତେୱାଡାର ସବୁଠାରୁ ଦୁର୍ଗମ ଏବଂ ମାଓ ପ୍ରବଣ ଅଞ୍ଚଳ ଚିକପାଲ ମାଓବାଦୀଙ୍କ କବଜାରେ ରହିଥିଲା।

ଏମାନଙ୍କ ଉପରେ ଥିବା ପୁରସ୍କାର ରାଶିକୁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଦେଇଥିଲେ ଏସପି। ପୋଲିସର ଲୋକାଭିମୂଖୀ ପଦକ୍ଷେପ ଏମାନେ ମାଓ ସଙ୍ଗଠନର ହାତ ଛାଡିଥିବା କହିଛନ୍ତି। ଆତ୍ମସମର୍ପଣ ନିୟମ ଅନୁଯାୟୀ ସମସ୍ତଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପୋଲିସ ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏସପି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.